୪୩ କାର୍ଟୁନ ବିଦେଶୀ ମଦ ଜବତ : ୩ ଗିରଫ

ବରଗଡ଼ : ବରଗଡ଼ ଟାଉନ୍‌ ପୋଲିସକୁ ମିଳିଲା ବଡ଼ ସଫଳତା । ସ୍ଥାନୀୟ ଗୋରୁ ମାର୍କେଟ ପାଖରେ ଥିବା କୃଷକ ବଜାର ଭିତରେ ଏକ ବୋଲେରୋରୁ ୪୩ ପେଟି ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ମାଡ଼ିବସିଲା ପୋଲିସ । ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ବରଗଡ଼ କୃଷକ ବଜାର ଭିତରେ ଏକ ବୋଲେରୋ ବେଆଇନ ଭାବେ ବିଦେଶୀ ମଦ ଚାଲାଣ କରୁଥିବା ପୋଲିସ ସୂଚନା ପାଇଥିଲା । ଖବର ମିଳିବା ପରେ ଏସ୍‌ପି ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଟାଉନ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଯାଞ୍ଚ କରିଥିଲେ । ତେବେ ଉକ୍ତ ଗାଡ଼ିରୁ ୪୩ କାର୍ଟୁନ ବିଦେଶୀ ମଦ ଠାବ କରିଥିଲା ପୋଲିସ । ଏହା ସହିତ ବୋଲେରୋ, ଏକ ରେଫ୍ରିଜରେଟର୍‌, ଏକ ଟିଭିଏସ୍‌ ମୋଟର ସାଇକଲ ମଧ୍ୟ ଜବତ କରିଛି ପୋଲିସ । ବର୍ତ୍ତମାନ ଦେଶରେ ଚାଲିଛି ନିର୍ବାଚନ ମହଲ । ଏହି ନିର୍ବାଚନ ବେଳେ ବେଆଇନ୍‌ ଟଙ୍କା ଏବଂ ବହୁ ପରିମାଣରେ ମଦ ଚାଲାଣ ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଅଞ୍ଚଳରେ ଚେକିଂ ଏବଂ ବ୍ଲକିଂକୁ ଜୋରଦାର କରାଯାଇଛି । ଏହି ପରିପେକ୍ଷୀରେ ବରଗଡ଼ ପୋଲିସକୁ ବଡ଼ ସଫଳତା ମିଳିଥିବା ନେଇ ସୂଚନା ଦେଇଛନ୍ତି ବରଗଡ଼ ଏସଡିପିଓ ।

Leave A Reply

Your email address will not be published.

thirteen − 4 =

error: Content is protected !!