pakka

ମୁରିବାହାଲରେ ଜେସିବିରେ କାକାଙ୍କ ଘର ଭାଙ୍ଗି ମାଟିରେ ମିଶାଇଦେଲା ସାମ୍ବାଦିକ ତଥା ଫାର୍ମାସିଷ୍ଟ
ପୁତୁରା : ମା’ଙ୍କ ସହ ସହଯୋଗୀ ଯୁବକ ଓ ଡ୍ରାଇଭର ଗିରଫ ପରେ କୋର୍ଟ ଚାଲାଣ

bbehera

ବଲାଙ୍ଗିର, (ଦୁର୍ଗାନନ୍ଦ ମହାକୁର) : ନିଜକୁ କେତେବେଳେ ଜଣେ ବଡ ସାମ୍ବାଦିକ ତଥା ବ୍ଲକ ସାମ୍ୱାଦିକ ସଂଘର ସଭାପତି ତ ଆଉ କେତେବେଳେ ଫାର୍ମାସିଷ୍ଟ ପାଠ ପଢି ନିଜକୁ ଡ଼ାକ୍ତର ତ ଆଉ କେତେବେଳେ ଶାସକ ଛାତ୍ର ବିଜେଡିର ଜଣେ କର୍ମକର୍ତା କହି ଲୋକପ୍ରତିନିଧି ଓ ସରକାରୀ ଅଫିସରଙ୍କୁ ଧମକଚମକ ଦେଉଥିବା ବଲାଙ୍ଗିର ଜିଲ୍ଲା ମୁରିବାହାଲର ସୁବ୍ରତ କୁମାର ମହାକୁର ନାମକ ଜଣେ ଯୁବକଙ୍କ ଅସଲ ଚେହେରା ଓ ଦବଙ୍ଗଗିରି ଦେଖିବାକୁ ମିଳିଛି । ସେ ନିଜର କାକା ଖୁଡିଙ୍କ ଘରକୁ ଜେସିବି ସାହାଯ୍ୟରେ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ବେଳେ ନଗଦ ୭ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ କରି ନେଇଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । । ଏହି ଘଟଣାରେ ପୁଲିସ ସାମ୍ୱାଦିକ ସୁବ୍ରତ କୁମାର ମହାକୁରଙ୍କ ମା’ ବନିତା ମହାକୁର (୫୪), ସୁବ୍ରତର ମୁଖ୍ୟ ସହଯୋଗୀ ପ୍ରକାଶ ବଘାର (୪୦) ଓ ଜେସିବି ଡ୍ରାଇଭର ପଙ୍ଗନିଆ ଗ୍ରାମର ଟିକେ ହଂସଙ୍କ ପୁଅ ଲିଙ୍ଗରାଜ ହଂସ (୨୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସୁବ୍ରତ ଫେରାର ଥିବା ପୁଲିସ ପ୍ରକାଶ କରିଛି । ମୁରିବାହାଲ ଥାନା ପୁଲିସ ସୂତ୍ରରୁ ସୂଚନା ମତେ ମୁରିବାହାଲ ବଜାରପଡ଼ାରେ ଘର କରି ରହୁଥିବା ସୁରେଶ ମହାକୁର ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ମହାକୁର ବୁଧବାର ଦିନ ନିଜ ଅସୁସ୍ଥ ବୃଦ୍ଧ ଅଜାଙ୍କୁ ଦେଖିବାକୁ ନିଜ ଶାଶୁଘର ଜାନୀପଡ଼ାକୁ ସପରିବାର ଯାଇଥିଲେ । ଘରେ ସମସ୍ତେ ଅନୁପସ୍ଥିତର ସୁଯୋଗ ନେଇ ସୁରେଶଙ୍କ ବଡ଼ଭାଇ ସ୍ୱର୍ଗତ ସ୍ୱପ୍ନେଶ୍ୱର ମହାକୁରଙ୍କ ସାନପୁଅ ସାମ୍ୱାଦିକ ସୁବ୍ରତ କୁମାର ମହାକୁର, ସ୍ୱର୍ଗତ ସ୍ୱପ୍ନେଶ୍ୱରଙ୍କ ବିଧବା ପତ୍ନୀ ବନିତା ମହାକୁର ଓ ସୁବ୍ରତର ମୁଖ୍ୟ ସହଯୋଗୀ ମୁରିବାହାଲ ବସ୍ତିର ସ୍ୱର୍ଗତ ବଂଶୀଧର ବଘାରଙ୍କ ସାନପୁଅ ପ୍ରକାଶ ବଘାର ବୁଧବାର ସନ୍ଧ୍ୟାରେ ଏକ ଜେସିବି (ଓଡ଼ି ୨୬ସି ୩୭୧୪) ସାହାଯ୍ୟରେ ସୁରେଶଙ୍କ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ।ଘରକୁ ଭାଙ୍ଗିଦେବା ସହ ଘରେ ଥିବା ନଗଦ ୩ଲକ୍ଷ ଟଙ୍କା, ଗୋଟିଏ ସୁନାହାର, ଯୋଡିଏ କାନଫୁଲ, ଗୋଟିଏ ସୁନାମୁଦି, ବହୁ ରୂପା ଅଳଙ୍କାର, ୨ଗୋଟି ବଡବାକ୍ସରେ ଥିବା କଂସାବାସନ, ୨ଗୋଟି କୁଲର, ଅରୁଆ ଓ ଉଷୁନା ଚାଉଳ ମିଶି ୧୦ପ୍ୟାକେଟ, ବହୁ ପିନ୍ଧାଲୁଗା ଓ ୨ଗୋଟି ପଲଙ୍କ ସମେତ ମୋଟ ୭ଲକ୍ଷ ଟଙ୍କାର ଜିନିଷପତ୍ର ସେମାନେ ଲୁଟି ନେଇଥିବା ସୁରେଶଙ୍କ ପତ୍ନୀ ରଶ୍ମିତା ମହାକୁର ଥାନାରେ ଲିଖିତ ଏତଲା ଦେଇଥିଲେ ।ରଶ୍ମିତାଙ୍କ ଏତଲା ଆଧାରରେ ପୁଲିସ କେଶ ନ ୮୪/୨୪ ରୁଜ୍ଜୁ କରି ତଦନ୍ତକାରି ଅଧିକାରୀ ସବଇନ୍ସପେକ୍ଟର ପ୍ରମୋଦ କୁମାର ପଧାନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିଲେ । ପୁଲିସ ତଦନ୍ତ କରି ଘରଭଙ୍ଗାରେ ବ୍ୟବହୃତ ସାଲେପଡା ଗ୍ରାମର କ୍ଷୀରଧର ବନଛୋରଙ୍କ ଜେସିବି, ସାମ୍ବାଦିକ ସୁବ୍ରତ ବ୍ଲକ ସମ୍ମୁଖରେ ଛାଡ଼ି ପଳାଇଥିବା ତାଙ୍କ କାର (ଓଡ଼ି ୦୩ଟି ୦୯୨୬)କୁ ଜବତ କରି ଥାନାରେ ରଖିଛି । ପୁଲିସ୍ ମୁଖ୍ୟ ଅଭିଯୁକ୍ତ ସୁବ୍ରତର ମା ବନିତା ମହାକୁର, ସହଯୋଗୀ ପ୍ରକାଶ ବଘାର, ଜେସିବି ଡ୍ରାଇଭର ଲିଙ୍ଗରାଜ ହଂସଙ୍କୁ ଗିରଫ କରି ଅଧିକ ତଦନ୍ତ ପରେ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ପ୍ରକାଶ ଓ ଲିଙ୍ଗରାଜଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ତଥା ମେଡିକାଲ ଗ୍ରାଉଣ୍ଡରେ ସୁବ୍ରତର ମା ବନିତା ମହାକୁରଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଘରଭଙ୍ଗାର ମୁଖ୍ୟ ଅଭିଯୁକ୍ତ ଏକ ପ୍ରମୁଖ ଖବରକାଗଜର ବ୍ଲକ ପ୍ରତିନିଧି, ବ୍ଲକ ସାମ୍ୱାଦିକ ସଂଘର ସଭାପତି, ଫାର୍ମାସିଷ୍ଟ ସାଜି କଣ୍ଟାବାଞ୍ଜିରେ ଏକ କ୍ଲିନିକ୍ ଖୋଲିଥିବା ତଥା ଶାସକ ଦଳର ନିଜକୁ ଜଣେ କର୍ମକର୍ତା ବୋଲାଉଥିବା ସୁବ୍ରତ କୁମାର ମହାକୁରଙ୍କୁ ତୁରନ୍ତ ଗିରଫ କରିବାକୁ ପୀଡ଼ିତ ପରିବାର ଦୃଢ଼ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

sixteen + thirteen =

error: Content is protected !!