jsm

୧୪ ହଜାର ବିଦ୍ୟାଳୟ ଓ ବିଇଡି କଲେଜ ବନ୍ଦକୁ ବିଏସପି ପକ୍ଷରୁ ଘୋର୍‌ ପ୍ରତିବାଦ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକକୀକରଣ କରିବା ନାଁରେ ରାଜ୍ୟ ସରକାର ରାଜ୍ୟରେ ୧୪ ହଜାର ବିଦ୍ୟାଳୟ ଓ ୧୪ ଟି ବିଇଡି କଲେଜକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ବହୁଜନ ସମାଜ ପାର୍ଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବିଦ୍ୟାଳୟଗୁଡିକ ବନ୍ଦ କରି ଦେବା ଦ୍ୱାରା ଲୋକେ ଶିକ୍ଷା ଗ୍ରହଣ କରିବା ଭଳିଆ ମୌଳିକ ଅଧିକାରରୁ ବଂଚିତ ହେବେ । ଏହା ସହିତ ଏକ ଶିକ୍ଷାବିହୀନ ସମାଜ ସୃଷ୍ଟି ହେବ ଓ ଦେଶ ଧ୍ୱଂସାଭିମୁଖୀ ହେବ ବୋଲି ବିଏସପି ତରଫରୁ କୁହାଯାଇଛି । ଜିଲ୍ଲା ସଭାପତି ଦ୍ରୋଣ କୁମ୍ଭାରଙ୍କ ନେତୃତ୍ୱରେ ଦିଆଯାଇଥିବା ଦାବୀପତ୍ରରେ ଦର୍ଶାଯାଇଛି ଯେ , ସରକାର ୧୪ ହଜାର ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ, ୧୪ ବିଇଡି କଲେଜ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ, ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ କରନ୍ତୁ, ଓଡିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ସାମାଜିକ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରାଯାଉ, ସରକାରୀ ପଦୋନ୍ନତି ପାଇଁ ରାଜସ୍ୱ ଓ ପରିଚାଳନା ବିଭାଗ ଦ୍ୱାରା ଜାରି କରାଯାଇଥିବା ପତ୍ରସଂଖ୍ୟା ୩୦୯୬୬/୨୨/୧୦/୨୦୨୦ ଓ ପତ୍ରସଂଖ୍ୟା ୨୭୩୪୩/୧୪/୦୯/୨୦୨୦କୁ ବାତିଲ କରି ପତ୍ରସଂଖ୍ୟା ୧୩୮୭/୨୭/୦୭/୨୦୧୧କୁ ଲାଗୁ କରାଯାଉ ବୋଲି ଦାବୀ କରାଯାଇଛି । ପୂର୍ବରୁ ଆନ୍ଦୋଳନକାରୀମାନେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବା ପରେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବୀପତ୍ର ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.