ମାନଚିତ୍ରରେ ଲଦାଖକୁ ଚୀନ୍‌ରେ ଦେଖାଇବାର ଭୁଲ ପାଇଁ ଟ୍ୱିଟର ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କରିଛି : ମୀନାକ୍ଷୀ ଲେଖୀ

ନୂଆଦିଲ୍ଲୀ : ଚୀନ୍ ମାନଚିତ୍ରରେ ଲଦାଖଙ୍କୁ ଦେଖାଇବାର ଭୁଲ ପାଇଁ ସୋସିଆଲ ମିଡିଆ ଟ୍ୱିଟର ସଂସଦୀୟ କମିଟିକୁ ଲିଖିତ ଭାବେ କ୍ଷମା ମାଗିଛି । ଏହି ମାସ ଶେଷ ସୁଦ୍ଧା ସେ ଭୁଲକୁ ସଂଶୋଧନ କରିବ ବୋଲି ସେ ପ୍ରତିଶୃତି ଦେଇଛି । କମିଟିର ଅଧ୍ୟକ୍ଷ ମୀନାକ୍ଷୀ ଲେଖୀ ବୁଧବାର ଦିନ ଏହି ସୂଚନା ଦେଇଛନ୍ତି ।

ଟ୍ୱିଟର ଇଙ୍କ୍‌ ମୁଖ୍ୟ ଗୋପନୀୟତା ଅଧିକାରୀ ଡେ଼ମିଆନ୍ କେରିଆନ୍‌ଙ୍କ ଦସ୍ତଖତ ହୋଇଥିବା ଶପଥ ପତ୍ରରେ କ୍ଷମା ମାଗାଯାଇଛି । ଗତ ମାସରେ ଡାଟା ସୁରକ୍ଷା ବିଲ୍ ଉପରେ ମିଳିତ ସଂସଦୀୟ କମିଟି ଚୀନ୍‌ରେ ଲଦାଖଙ୍କୁ ଦେଖାଇବା ପାଇଁ ଟ୍ୱିଟର ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା । କମିଟି ଏହାକୁ ଦେଶଦ୍ରୋହ ସହ ସମାନ ବୋଲି ବିବେଚନା କରି ଟ୍ୱିଟରକୁ ଏକ ଆଫିଡେଭିଟ୍ ଆକାରରେ ସ୍ପଷ୍ଟୀକରଣ ଦେବାକୁ କହିଥିଲା ।

ଟ୍ୱିଟର ଇଣ୍ଡିଆର ପ୍ରତିନିôଧମାନେ ବିଜେପି ସାଂସଦ ମୀନାକ୍ଷୀ ଲେଖୀଙ୍କ ନେତୃତ୍ୱରେ ସଂସଦୀୟ କମିଟି ସମ୍ମୁଖରେ ହାଜର ହୋଇ କ୍ଷମା ମାଗିଛନ୍ତି । କିନ୍ତୁ କମିଟି ସଦସ୍ୟ ସେମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଦେଶର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ କରିବା ଏକ ଅପରାଧିକ କାର୍ୟ୍ୟ ଏବଂ ଏହି ଟ୍ୱିଟର ଇନ୍କୁ ଏକ ଆଫିଡେଭିଟ୍ ଦେବାକୁ ପଡିବ ।

ଲେଖୀ ବୁଧବାର ଦିନ କହିଛନ୍ତି ଯେ ଟ୍ୱିଟର ବର୍ତ୍ତମାନ ଆମକୁ ଏକ ଲିଖିତ କ୍ଷମା ପ୍ରାର୍ଥନା କରିଛି । ସେ କହିଛନ୍ତି ଯେ ଭାରତୀୟ ଭାବନାକୁ ଆଘାତ ଦେଇ ଟ୍ୱିଟର କ୍ଷମା ମାଗିଛି ଏବଂ ୩୦ ନଭେମ୍ବର ୨୦୨୦ ସୁଦ୍ଧା ଏହି ଭୁଲକୁ ସଂଶୋଧନ କରିବାକୁ ପ୍ରତିଶ୍ରୁତି ଦେଇଛି ।

Leave A Reply

Your email address will not be published.