ପଶ୍ଚିମ ଓଡିଶା ବିଦ୍ୟୁତ ଅମଲା ସଂଘର କଲମ ଛାଡ ଆନ୍ଦୋଳନ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ୭ ଦଫା ଦାବୀ ନେଇ ପଶ୍ଚିମ ଓଡିଶା ବିଦ୍ୟୁତ ଅମଲା ସଂଘ ତରଫରୁ କଲମ ଛାଡ ଆନ୍ଦୋଳନ କରାଯାଇଛି । କଲମଛାଡ କରି କର୍ମଚାରୀମାନେ ବଲାଙ୍ଗିର ୱେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଓପିଟିସିଏଲ ସହିତ ସମ ଭାବରେ ୨୮୩୦ ଗ୍ରେଡ ପେ’ ଲାଗୁ, ଜୁନିଅର ଆକାଉଟେଣ୍ଟମାନଙ୍କ ପାଇଁ ୪୨୦୦ ଗ୍ରେଡ ପେ’, ସମସ୍ତ ମିନିଷ୍ଟାରିଆଲ ଷ୍ଟାଫଙ୍କ ନିୟମିତ ପଦୋନ୍ନତି ଓ ନୂଆ ଭାବରେ ସେମାନଙ୍କ ଜବ୍‌ କ୍ଲିଅରେନ୍ସ କରିବା ପ୍ରଭୃତି ଦାବୀ ସଂଘ ତରଫରୁ ଉପସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଏଂଟ୍‌ ସେକ୍ରେଟାରୀ ଉମାଶଙ୍କର ସ୍ୱାଇଁ, କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରଦ୍ୟୁତ ଅମାତ, ସହ କୋଷାଧ୍ୟକ୍ଷ ସୁକାନ୍ତ ପାଣିଗ୍ରାହୀ, ଅରବିନ୍ଦ ତ୍ରିପାଠୀ ଓ ସୀତାରାଣୀ ସେଠ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.