ଚାରି ବର୍ଷ ବିତିଗଲା, ହେଲେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ନବ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ଡୁଡୁକା ପଞ୍ଚାୟତରୁ ୨୦୧୬ ମସିହାରେ ଅଲଗା ହୋଇ ନୂତନ ଭାବରେ ଗଠିତ ହୋଇଥିବା ଲୁହୁରାମୁଣ୍ଡା ପଞ୍ଚାୟତ ଓ ସାଲେଭଟା ପଞ୍ଚାୟତରୁ ଅଲଗା ହୋଇଥିବା ମୁରଶୁଣ୍ଡ ପଞ୍ଚାୟତ ଗଠିତ ହୋଇଥିଲା । ଏହି ୨ ପଞ୍ଚାୟତର କାର୍ୟ୍ୟାଳୟ କାର୍ୟ୍ୟକ୍ଷମ ହୋଇଥିଲେ ସୁଦ୍ଧା ଦୁଇ ପଞ୍ଚାୟତର ଜନସାଧାରଣ ବିଭିନ୍ନ ରାସନ ସାମଗ୍ରୀ ପାଇଁ ପୁରୁଣା ପଞ୍ଚାୟତ ଉପରେ ନିର୍ଭର କରୁଛନ୍ତି । ୨୦୧୭ ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । ନିର୍ବାଚନ ସରିବାର ପାଖାପାଖି ଚାରିବର୍ଷ ହୋଇଗଲାଣି । ହେଲେ ପଞ୍ଚାୟତର ନିଜସ୍ୱ କୋଠା ଆଜିଯାଏ କାର୍ୟ୍ୟକ୍ଷମ ହୋଇ ପାରିନାହିଁ । ଏହାକୁ ନେଇ ପଞ୍ଚାୟତର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଲାଣି । ଗତ ୪ ବର୍ଷ ହେଲା ନିଜ ଗ୍ରାମର କ୍ଳବ ଘରେ ଅସ୍ଥାୟୀ ଭାବେ ପଞ୍ଚାୟତ କାର୍ୟ୍ୟାଳୟ ଚାଲୁଛି । ବିଭିନ୍ନ ରାସନ ସାମଗ୍ରୀ ରଖିବା ପାଇଁ ଜାଗା ନଥିବାରୁ ପୁରୁଣା ପଞ୍ଚାୟତ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ପ୍ରାୟ ୩୫ ଲକ୍ଷ ବ୍ୟୟ ଅଟକଳ ପଞ୍ଚାୟତର ନୂତନ କୋଠା କାମ ଆରମ୍ଭ କରାଯାଇଛି । ହେଲେ ଆଜି ପର୍ୟ୍ୟନ୍ତ ସମ୍ପୂର୍ଣ ହୋଇପାରିନାହିଁ । ଏବିଷୟରେ ଆଗଲପୁର ବିଡ଼ିଓ ଭୂବନ ଶତପଥିଙ୍କୁ ପଚାରିବାରୁ ଲୁହୁରାମୁଣ୍ଡାରେ ଇଲେକ୍ଟ୍ରି କାମ ଓ ମୁରଶୁଣ୍ଡରେ ମାର୍ବଲ କାମ ଚାଲିଛି ବୋଲି କହିଥିଲେ ।

Leave A Reply

Your email address will not be published.