jayashree

୧୧ ଦଫା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୧ ଦଫା ଦାବି ନେଇ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି ଜିଲ୍ଲାର ଯୋଗାଣ ସହାୟକ ଓ ସହାୟିକାମାନେ । ଚାକିରି ନିୟମିତକରଣ ସମେତ ବିଭିନ୍ନ ଦାବି ପୂରଣ ପାଇଁ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦୀର୍ଘଦିନ ଧରି ଚୁକ୍ତିଭିତ୍ତିକ ଭାବେ ଯୋଗାଣ ବିଭାଗରେ କାର୍ଯ୍ୟରତ ସହାୟକ ଓ ସହାୟିକାମାନେ ଆଜି ଏକାଠି ହୋଇ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି । ଚାକିରି ନିୟମିତକରଣ, ଜିଲ୍ଲା କ୍ୟାଡରରେ ସାମିଲ, ଯୋଗ୍ୟତା ଓ ଅଭିଜ୍ଞତା ଆଧାରରେ ପଦୋନ୍ନତି, ନିର୍ଦ୍ଧାରିତ କାର୍ଯ୍ୟ ସମୟ ଓ ଛୁଟି ସୁବିଧା ଭଳି ୧୧ ଦଫା ଦାବି ରହିଛି । ଏହାସହ ଅଣ-ଯୋଗାଣ କାର୍ଯ୍ୟରୁ ମୁକ୍ତି ଓ ସେବା ସୁରକ୍ଷା ଦାବି ମଧ୍ୟ କରିଛନ୍ତି ଆନ୍ଦୋଳନକାରୀ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.