pakka

କେସେର୍‌କେଲା ଗାଁ ମୁଣ୍ଡ ପଡ଼ିଆ ଭିତରୁ ମହିଳାଙ୍କ ଶବ ଉଦ୍ଧାର ଘଟଣାକୁ ନେଇ ଖୁଲାସା କଲା ବଲାଙ୍ଗିର ପୋଲିସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ଥାନା କେସେର୍‌କେଲା ଗାଁ ମୁଣ୍ଡ ପଡ଼ିଆ ଭିତରୁ ମହିଳାଙ୍କ ଶବ ଉଦ୍ଧାର ଘଟଣାକୁ ନେଇ ଆଜି ଖୁଲାସା କରିଛି ବଲାଙ୍ଗିର ପୋଲିସ । ବଲାଙ୍ଗିର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରି ଏହି ହତ୍ୟା ଘଟଣାର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଗତକାଲି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ କେସେର୍‌କେଲା ଗାଁର ଘନଶ୍ୟାମ ବଗର୍ତ୍ତି ପୁଇଁତଲା ଥାନାରେ ଏକ ଖବର ଦେଇଥିଲେ । କେସେର୍‌କେଲା ଗାଁ ମୁଣ୍ଡ ପମ୍ପହାଉସ୍‌ ପାଖ ପଡ଼ିଆରେ ଜଣେ ମହିଳାଙ୍କ ଶବ ମୁହଁମାଡ଼ି ପଡ଼ି ରହିଥିବା ସେ ଖବର ଦେଇଥିଲେ ଓ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ସେ ସୂଚନାରେ କହିଥିଲେ । ଏହାକୁ ଭିତ୍ତି କରି ପୁଇଁତଲା ଥାନା ପୋଲିସ ମାମଲା ରୁଜ୍ଜୁ କରି ଆରମ୍ଭ କରିଥିଲା ତଦନ୍ତ । ଘଟଣାସ୍ଥଳରେ ସଦଳବଳେ ତୁରନ୍ତ ପହଂଚିଥିଲା ପୋଲିସ । ଏସ୍‌ପି ରିଷିକେଶ ଖିଲାରୀ ମଧ୍ୟ ଘଟଣାସ୍ଥଳକୁ ପହଂଚିଥିଲେ । ଏହା ଏକ ହତ୍ୟାକାଣ୍ଡ ବୋଲି ଘଟଣା ସ୍ଥଳର ପାରିପାର୍ଶ୍ଵିକ ସ୍ଥିତରୁ ଅନୁମାନ ହୋଇଥିଲା । ଘଟଣା ସ୍ଥଳରେ ସାଇନ୍‌ଟିଫିକ୍‌ ଟିମ୍‌, ଡଗ୍‌ ସ୍କ୍ୱାର୍ଡ ପହଂଚି ତନ୍ନ ତନ୍ନ କରି ଛାନ୍‌ଭିନ୍‌ କରାଯାଇଥିଲା । ଏହାପରେ ଏହି ଘଟଣାର ତଦନ୍ତ ପାଇଁ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ଶବ ଜବତ ପରେ ପରେ ଶବ ଚିହ୍ନଟ ହୋଇଥିବା ଏସ୍‌ଡ଼ିପିଓ ଶ୍ରୀ ସାହୁ କହିଛନ୍ତି । ବୌଦ୍ଧ ଜିଲ୍ଲା କଂଟାମାଲ ଅନ୍ତର୍ଗତ ବରିଗୁଭା ଗାଁର ସଂଯୁକ୍ତା ହର୍‌ପାଲ୍‌ଙ୍କ ଶବ ବୋଲି ଚିହ୍ନଟ ହେବା ପରେ ଅନ୍ୟ ଦିଗଗୁଡ଼ିକ ଉପରେ ତନାଘନା ତଦନ୍ତ କରାଯାଇଥିଲା ଏବଂ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଅଭିଯୁକ୍ତ ଜଣକ ହେଲେ କଂଟାମାଲ ନିକଟସ୍ଥ ଖଲିଆପାଲିର ସପ୍ତମ ବଗର୍ତ୍ତି । ମୃତ ମହିଳା ସଂଯୁକ୍ତା ଅଭିଯୁକ୍ତ ସପ୍ତମ ବଗର୍ତ୍ତିଙ୍କ ସହ ଗତ ୪/୫ ଦିନ ହେଲା ସଂପର୍କରେ ଆସିଥିଲେ । ଅଭିଯୁକ୍ତ ସପ୍ତମ ବଗର୍ତ୍ତି ଚୋରା ଗଂଜେଇ କାରବାରରେ ଲିପ୍ତି ଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତ ମହିଳାଙ୍କୁ ସପ୍ତମ ଗଂଜେଇ କାରବାରରେ ତାଙ୍କୁ ସହଯୋଗ କରିବା ପାଇଁ କହିବା ସହ ମୋଟର ସାଇକେଲ୍‌ରେ ଆସିବାକୁ କହିଥିଲେ । ଅର୍ଥ ଲାଳସାରେ ସଂଯୁକ୍ତା ସପ୍ତମଙ୍କ କହିବା ମୁତାବକ ଆସିଥିଲେ । ୨୧ ତାରିଖ ଅପରାହ୍ନ ୪ଟା ବେଳେ ସଂଯୁକ୍ତାଙ୍କୁ ଧରି ସପ୍ତମ ବଲାଙ୍ଗିରର ବିଭିନ୍ନ ସ୍ଥାନ ବୁଲାବୁଲି କରିଥିଲେ । ଗଂଜେଇ ବିକ୍ରି ହୋଇ ପାରିଲା ନାହିଁ ବୋଲି କହି ସପ୍ତମ ସଂଯୁକ୍ତାଙ୍କୁ କେସେର୍‌କେଲା ପଡ଼ିଆ ପାଖକୁ ନେଇଯାଇଥିଲେ ଓ ସେଠାରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସଂପର୍କ ମଧ୍ୟ ହୋଇଥିଲା । ଏହାପରେ ସଂଯୁକ୍ତା ଆଣିଥିବା ଗଂଜେଇ ବାବଦକୁ ସପ୍ତମଙ୍କୁ ୨୫ ହଜାର ଟଙ୍କା ମାଗିଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଯଦି ଟଙ୍କା ନଦେବୁ ତାହେଲେ ତୁ’ ମୋ ସହ ଯାହା କରିଛୁ, ତାହା ଗାଁରେ କହିଦେବି ବୋଲି ସଂଯୁକ୍ତା କୁଆଡେ଼ ଅଭିଯୁକ୍ତଙ୍କୁ କହିଥିଲେ । ଏଥିରେ ଅଭିଯୁକ୍ତ ସପ୍ତମ ରାଗିଯାଇ ସଂଯୁକ୍ତାଙ୍କୁ ତଂଟିଚିପି ହତ୍ୟା କରିବା ସହ ତାଙ୍କ ଲୁଗାରେ ଘଟଣା ସ୍ଥଳରେ ଏକ ବବୁଲ୍‌ ଗଛରେ ସଂଯୁକ୍ତାଙ୍କୁ ଟାଙ୍ଗି ଦେଇଥିଲେ ।

jay balangir
Leave A Reply

Your email address will not be published.

20 − 1 =