ଲୋଇସିଂହା ଓ ବେଲପଡାକୁ ଏନ୍‌ଏସି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦୁଇଟି ବଡ ଗ୍ରାମପଞ୍ଚାୟତ ଲୋଇସିଂହା ଓ ବେଲପଡାକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶନାରାୟଣ ସିଂହଦେଓ ଚିଠି ଲେଖି ଦାବି କରିଥିବା ଜଣାଯାଇଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଏହି ଦୁଇଟି ସ୍ଥାନ ଏନ୍‌ଏସି ହେବା ପାଇଁ ପୂର୍ବରୁ ରିପୋର୍ଟ ମଧ୍ୟ ଦିଆଯାଇ ସାରିଛି । ତେଣୁ ମୁଖ୍ୟମନ୍ତୀ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ କଳିକେଶ ଦାବି କରିଛନ୍ତି । ପ୍ରକାଶ ଯେ, ବଲାଙ୍ଗିର ଜିଲ୍ଲାର ବଡ ବଡ ପଞ୍ଚାୟତ ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାକୁ ଜନସାଧାରଣ ଦାବି କରି ଆସିୁଛନ୍ତି । ସେଥି ମଧ୍ୟରେ ବଲାଙ୍ଗିର ଉପଖଣ୍ଡର ଲୋଇସିଂହା ପଞ୍ଚାୟତ ଓ ପାଟଣାଗଡ଼ ଉପଖଣ୍ଡର ବେଲପଡା ପଞ୍ଚାୟତ ଅନ୍ୟତମ । ବହୁବର୍ଷ ହେଲା ଏହାକୁ ଏନ୍‌ଏସିର ମାନ୍ୟତା ଦେବାକୁ ଅନେକଥର ଆନ୍ଦୋଳନ ମଧ୍ୟ ହୋଇଛି । ମୁଖ୍ୟତଃ ଲୋଇସିଂହାରେ ଦୀର୍ଘଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା । ମାସ ମାସ ଧରି ଜନସାଧାରଣ ଧାରଣା ଦେଇଥିଲେ । ଲୋଇସିଂହା ପଞ୍ଚାୟତ ସହିତ ବୁର୍ଡା ଓ ହିରାପୁରକୁ ମଧ୍ୟ ମିଶାଇ ଏକ ଏନ୍‌ଏସି କରିବାକୁ ଜିଲ୍ଲା ପ୍ରଶାସନ ରିପୋର୍ଟ ଦେଇସାରିଛି । ଠିକ ସେହିପରି ପାଟଣାଗଡ଼ ଉପଖଣ୍ଡର ବେଲପଡା ଗ୍ରାମପଞ୍ଚାୟତରେ ପଦ୍ମପୁରକୁ ମିଶାଇ ଏକ ଏନ୍‌ଏସି କରିବାକୁ ଦାବି କରାଯାଇଛି । ରାଜ୍ୟ ହାଉସିଂବୋର୍ଡ କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୧୫୮ ତା.୨୨.୦୨.୨୦୨୪ରେ କଳିକେଶ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବି ଜଣାଇଛନ୍ତି ।

Leave A Reply

Your email address will not be published.

fourteen − 13 =