pakka

ଓଡିଶାରୁ ରୋଗୀ ନେଇ ଛତିଶଗଡରେ ବିଏସ୍‌କେୱାଇ କାର୍ଡରୁ ଟଙ୍କା ଠକିବା ଘଟଣାରେ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବେଲପଡା ପୋଲିସ

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଅଞ୍ଚଳରୁ ଛତିଶଗଡ଼ର ବିଭିନ୍ନ ଡାକ୍ତରଖାନାକୁ ନେଇ ଅନେକ ସମୟରେ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା କହି ବିଏସ୍‌କେୱାଇ କାର୍ଡରୁ ଟଙ୍କା ଲୁଟୁଥିବା ଅଭିଯୋଗ ବାରମ୍ବାର ହୋଇ ଆସୁଥିବାବେଳେ ପୋଲିସ ଘଟଣା ଉପରେ ତୀକ୍ଷ୍ଣନଜର ରଖିଥିଲା । ଗତକାଲି ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ଧୂମାଭଟା ଅଞ୍ଚଳରୁ ରୋଗୀ ନେଉଥିବା ବେଳେ ମାଜିଷ୍ଟ୍ରେଟଙ୍କ ସହ ମାଡିବସିଥିଲା ବେଲପଡା ପୋଲିସ । ଘଟଣାରେ ତିନିଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ଛତିଶଗଡ଼ ଅଞ୍ଚଳର ବନ୍ଧ୍ୟା ହସ୍ପିଟାଲକୁ ଓଡ଼ିଶାର ଗ୍ରାମାଞ୍ଚଳରୁ ନିରୀହ ଲୋକଙ୍କୁ ଚିକିତ୍ସା ବାହାନାରେ ନେଉଥିବା କହିଛନ୍ତି । ଘଟଣାରେ ଧୂମାଭଟା ଗ୍ରାମର କାର୍ତ୍ତିକେଶ୍ୱର ଦେଓ, ଡୁଙ୍ଗୁରିପାଲି ଗ୍ରାମର ଶ୍ରୀପତି ମିଶ୍ର ଓ ସଦର ବେଲପଡାର ଦୁର୍ଯ୍ୟୋଧନ ସାହୁଙ୍କୁ ପୋଲିସ ଗିରଫ କରିଥିବାବେଳେ ଅଧିକ ତଦନ୍ତ ଜାରି ରଖିଥିବା ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧ୍ୟକ୍ଷ ସଦାନନ୍ଦ ପୂଜାରୀ ।

Leave A Reply

Your email address will not be published.

twenty + four =