କାର୍ଯ୍ୟରତ ଫରେଷ୍ଟ ରେଞ୍ଜର ଓ ଫରେଷ୍ଟରଙ୍କ ମଧ୍ୟରେ ହୋଇଥିବା ଟଣାଓଟରା ଘଟଣାକୁ ନେଇ ଏଲ୍‌ଡ଼ିଏ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ରେଞ୍ଜରେ ଗତ କିଛି ଦିନ ଭିତରେ କାର୍ଯ୍ୟରତ ଫରେଷ୍ଟ ରେଞ୍ଜର ଓ ଫରେଷ୍ଟରଙ୍କ ମଧ୍ୟରେ ହୋଇଥିବା ଟଣାଓଟରା ଘଟଣାକୁ ନେଇ ଆଜି ଏଲ୍‌ଡ଼ିଏ ପକ୍ଷରୁ ବଲାଙ୍ଗିର ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏଲ୍‌ଡ଼ିଏର ଫାଉଣ୍ଡର ଲବ ସୁନା କହିଛନ୍ତି ଯେ, ଲୋଇସିଂହା ରେଞ୍ଜ୍‌ର ଫରେଷ୍ଟ ରେଞ୍ଜର ପାଉଲ ହରପାଲଙ୍କୁ ଜାତିଆଣ ଆକ୍ଷେପ କରି ଫରେଷ୍ଟର ଅଶୋକ କୁମାର ନାୟକ ଗାଳିଗୁଳଜ କରିବା ସହ ଦୁର୍ବ୍ୟବହାର କରିଥିଲେ ଓ କିଛି ଟଙ୍କା ମଧ୍ୟ ଲୁଟି ନେଇଥିଲେ । ଏହି ଘଟଣାକୁ ନେଇ ଶ୍ରୀ ହରପାଲ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ପରେ ବଲାଙ୍ଗିର ଜିଲ୍ଲା ବନ ଅଧିକାରୀ ଏହି ଘଟଣା ବିଷୟରେ ଖବର ପାଇ ସମ୍ପୃକ୍ତ ଫରେଷ୍ଟରଙ୍କୁ ନିଲମ୍ବନ କରିଥିଲେ । ହେଲେ ଫରେଷ୍ଟ ରେଞ୍ଜର ଶ୍ରୀ ହରପାଲ ଫରେଷ୍ଟର ଶ୍ରୀ ନାୟକଙ୍କ ଉପରେ ହୋଇଥିବା କାର୍ଯ୍ୟାନଷ୍ଠାନକୁ ନେଇ ସନ୍ତୋଷ ନାହାନ୍ତି । ଯାହା ଫଳରେ ସେ ଏଲ୍‌ଡ଼ିଏର ସହଯୋଗ ନେଇଥିବା ବେଳେ ଆଜି ଏଲ୍‌ଡ଼ିଏର ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ କରି କାର୍ଯ୍ୟରତ ଫରେଷ୍ଟରଙ୍କୁ ଚାକିରୀରୁ ବହିଷ୍କୃତ କିମ୍ବା ତାଙ୍କ ଉପରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.

nineteen + 4 =