ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ଆସନ୍ତା ଶିକ୍ଷା ବର୍ଷ ପାଇଁ ନାମ ଲେଖାଇବା ପାଇଁ ଇଛୁକ ଶିଶୁଙ୍କ ପିତା ମାତାଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୃଥ୍ୱୀରାଜ ସାହୁ (ସଭାପତି) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରି ଆଶୀର୍ବଚନ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ସହ ଶିଶୁ ଶିକ୍ଷାରେ ଭାରତୀୟ ପାଶ୍ଚାତ୍ୟ ସଂକଳପନା ଉପରେ ମାର୍ଗଦର୍ଶନ କରିଥିଲେ । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫୦ ଜଣ ପିତା ମାତାମାନେ ଯୋଗ ଦେଇଥିଲେ ।ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

nine − one =

error: Content is protected !!