
ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଉପରୁ ତଳେପଡି ଗତ ଦେଢମାସ ମଧ୍ୟରେ ଅଲଗା ଅଲଗା ଭାବେ ୩ଜଣ ବାହାର ରାଜ୍ୟର ଶ୍ରମିକଙ୍କ ମୃତ୍ୟୁ ଘଟଣା ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହ ଆମ ରାଜ୍ୟରେ ଶ୍ରମ ନିରାପତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହେଲେ ଏଭଳି ଏକ ସ୍ପର୍ଶକତାର ପ୍ରସଙ୍ଗକୁ ଜିଲ୍ଲା ଶ୍ରମ ବିଭାଗ ଅତ୍ୟନ୍ତ ହାଲୁକା ଭାବେ ନେଇ ତଦନ୍ତ ନାଁରେ ସମ୍ପୃକ୍ତ ଠିକାସଂସ୍ଥାର ସୁରକ୍ଷା ବ୍ୟବସ୍ଥାରେ କରିଥିବା କରିଥିବା ଦୋଷ ତ୍ରୁଟିକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହେଉଛି । ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନଙ୍କୁ ଦୁର୍ଘଟଣାର ତଦନ୍ତ ଓ କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ପଚାରିବାରୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସେଠାକୁ ଯାଇ ଏଣୁ ଏଣିକି କାର୍ୟ୍ୟ ସ୍ଥଳିରେ ତେଳେ ନେଟ ବନ୍ଧାହୋଇ ଶତ ପ୍ରତିଶତ ସେପ୍ଟି ମେଜର ଗ୍ରହଣ କରାଯାଇ କାର୍ୟ୍ୟ କରାଯିବ ବୋଲି କହିବା ସହ ସେଠାରେ ଆମେ ଏକ କ୍ୟାମ୍ପ କରି କାର୍ୟ୍ୟରେ ନିୟୋଜିତ ଅଧା ଶ୍ରମିକ ମାନଙ୍କର ରେଜିଷ୍ଟ୍ରେସନ କରିଛୁ । ପୁନର୍ବାର ଆଉଥରେ କ୍ୟାମ୍ପ କରି ସମସ୍ତଙ୍କର ରେଜିଷ୍ଟ୍ରେସନ କରିବୁ ବୋଲି କହିଥିଲେ । ହେଲେ ସେତୁ ପ୍ରକଳ୍ପ ନିର୍ମାଣ କରୁଥିବା ରାଜ୍ୟ ବାହାରର ଉକ୍ତ ଠିକାସଂସ୍ଥା ନିକଟରେ ଇଣ୍ଟର ଷ୍ଟେଟ ମାଇଗ୍ରାଣ୍ଟ ୱାର୍କର ଲାଇସେନ୍ସ, ଲେବର ଲାଇସେନ୍ସ ଓ ଏମଟିଡବ୍ଲୁ ଲାଇସେନ୍ସ ଅଛିନା ନା ନାହିଁ ପଚାରାଯିବାରୁ ମୁଁ ଦେଖିକି କହିବି ବୋଲି କହିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଶ୍ରମ ନିୟମ ଅନୁଯାୟୀ କୌଣସି ବୃହତ ପ୍ରକଳ୍ପ ନିର୍ମାଣ କରିବାକୁ ହେଲେ ସମ୍ପୃକ୍ତ ଠିକାସଂସ୍ଥା ଏହିସବୁ ଲାଇସେନ୍ସ କରିବା ବାଧ୍ୟତାମୂଳକ ହୋଇଥିବା ବେଳେ ଆଜକୁ ୪ରୁ ୫ ବର୍ଷ ହେଲା ଶହଶହ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ନିର୍ମାଣ କରୁଥିବା ବାହାର ରାଜ୍ୟର ଏକ ଘରୋଇ ଠିକସଂସ୍ଥା ନିକଟରେ ଏହି ଲାଇସେନ୍ସ ଅଛିନା ନାହିଁ ଯଦି ଅଛି ତାହାର ନିୟମ ଅନୁଯାୟୀ ନବୀକରଣ ହୋଇଛି ନା ନାହିଁ ।