
ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାରର ତରଫରୁ ସିବିଏସ୍ଇ, ଆଇସିଏସ୍ଇ ଓ ମାଟ୍ରିକ ବୋର୍ଡରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପରିବାରର କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ମୁଖ୍ୟ ଶଙ୍କର ଜେନାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସୁନିଲ କାୟଲ, ପବନ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ ଓ ପୃଷ୍ଠପୋଷକ ଡ. ସମ୍ପାଦିକା ମହାନ୍ତି, ଲଳିତା ମୁଦୁଲି, ଅଧ୍ୟକ୍ଷା ନିହାରିକା ବସ୍ତିଆ, ସଭାପତି ମମତା ନାୟକ, ସମ୍ପାଦିକା ଡ. ସରିତା ମଲ୍ଲ ଓ କାର୍ଯ୍ୟକ୍ରମର ସଂଯୋଜିକା ସୁମିତା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବଚନ ସହ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ । ଗରିମା ପରିବାରର ସଦସ୍ୟା ଶଙ୍ଖରିନା ପ୍ରଧାନ, ତପସ୍ଵିନୀ ପାତ୍ର, ଶାନ୍ତିଲତା ବାରିକ ଓ ନିହାରିକା ବସ୍ତିଆଙ୍କ ପୁତ୍ର ତଥା କନ୍ୟା ସର୍ବଶ୍ରୀ ସାର୍ଥିକ ନିତ୍ୟାନ, ନବଜିତ୍ ବସ୍ତିଆ, ଶୁଭ୍ରାଂଶୁ ପ୍ରଧାନ, ଶୋଭନ ବାରିକ ଓ ଶ୍ରେୟାଂଶି ବାରିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସମୟାନୁବର୍ତ୍ତିତା, ଦାୟିତ୍ୱବୋଧ, ଶୃଙ୍ଖଳା ଓ ସଂସ୍କାରିତ ହେବାକୁ ପରାମର୍ଶ ଦେବା ସହ ସମାଜରେ ଆଲୋକ ବର୍ତ୍ତିକା ହେବାପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗରିମା ପରିବାରର ସମସ୍ତ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ଶେଷରେ ଆବାହକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।