୭ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲାର ମାଛକୁଣ୍ଡ ପୋଲିସ ଦ୍ୱାରା ପାଟ୍ରୋଲିଂ ଚାଲିଥିବା ବେଳେ ବଡ ଡୁରାଲ ଗ୍ରାମ ନିକଟରୁ ୭ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ପୂର୍ବ ସୂଚନା ପାଇ ସୋମବାର ମାଛକୁଣ୍ଡ ଥାନା ପୋଲିସ ସ୍ଥାନୀୟ ବଡ ଡୁରାଲ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଦୃତଗତିରେ ଆସୁଥିବା ଏକ କାର୍‌କୁ ପୋଲିସ ଅଟକାଇଥିଲା । ହେଲେ ଗଞ୍ଜେଇ ମାଫିଆମାନେ ପୋଲିସକୁ ଦେଖି କାର୍‌କୁ କିଛି ଦୂରରେ ରଖି ଚମ୍ପଟ ମାରିଥିଲେ । ପୋଲିସ କାର୍‌ ଯାଞ୍ଚ କରିବା ବେଳେ କାର୍‌ ଭିତରେ ଥିବା ୩ ବସ୍ତା ଗଞ୍ଜେଇ ଜବତ କରିଥିଲେ । ପରେ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିବା ବେଳେ ମୋଟ୍‌ ୬୩ କେଜି ୭ ଶହ ଗ୍ରାମ ବୋଲି ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି । ଜବତ କାର୍‌ର ନମ୍ବର ଆଧାରରେ କାର୍‌ ମାଲିକ ନାମରେ ଏନ୍‌ଡିପିଏସ୍‌ରେ ଏକ ମାମଲା ରୁଜୁ ହେବା ସହ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.

4 × four =