jayashree

ଦାମୀ କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର୍

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଠାରେ ପୁଲିସ ଚଢ଼ଉ କରି ଏକ କାରରୁ ଅଢ଼େଇ କୁଇଣ୍ଟାଲର ଗଞ୍ଜେଇ ଜବତ କରିଛି । ସୁବର୍ଣ୍ଣପୁର ଏସ୍‌ପି ନାରାୟଣ ନାୟକ ଜିଲ୍ଲା ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ସୋନପୁର ମୋବାଇଲ ଟିମ ସହ ବିନିକା, ଡୁଙ୍ଗୁରିପାଲି ଓ ରାମପୁର ପୁଲିସ ଥାନାକୁ ସୂଚନା ଦେଇଥିଲେ । ବୌଦ୍ଧ ଜିଲ୍ଲା ପଟରୁ ଆସୁଥିବା ଗଞ୍ଜେଇ ବୋଝେଇ ଦାମୀ ହୁଣ୍ଡାଇ କ୍ରେଟା କାରକୁ ପୁଲିସ୍ ଟିମ ପିଛା କରୁଥିବା ଜାଣି ଗଞ୍ଜେଇ ଚାଲାଣକାରୀ ମାଫିଆମାନେ ଲଙ୍ଗଳକଣ୍ଟା ଗାଁ ଭିତରକୁ ପଶିଯାଇ ଫେରାର ମାରିବାକୁ ଉଦ୍ୟମ କରୁଥିବା ବେଳେ ରାସ୍ତା ନପାଇ ଗାଡ଼ିକୁ କ୍ଷେତ ଭିତରେ ଛାଡ଼ି ମାଫିଆମାନେ ଫେରାର ମାରିଥିଲେ । ଏହା ଦେଖି ସ୍ଥାନୀୟ କେତେକ ବ୍ୟକ୍ତି ଡୁଙ୍ଗୁରିପାଲି ପୁଲିସକୁ ଖବର ଦେବା ପରେ ଆଇଆଇସି ରୋଜାଲିନ ପଟେଲ, ଏଏସ୍‌ଆଇ ଏକାଦଶିଆ ପ୍ରଧାନ ପ୍ରମୁଖ ପୁଲିସ ଟିମ୍ ସେଠାରେ ପହଞ୍ଚି ଥିଲେ । କାର ଭିତରେ ବିପୁଳ ଗଞ୍ଜେଇ ପ୍ୟାକେଟ ଥିବା ଜଣାପଡିଥିଲା । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାକୁ ଓଜନ କରାଯିବାରୁ ୨ କ୍ଵିଣ୍ଟାଲ ୭୨ କେଜି ଗଞ୍ଜେଇ ବାହାରିଥିବା ବେଳେ ଗଞ୍ଜେଇକୁ ଜବତ କରି ମାଫିଆଙ୍କ ବିଷୟରେ ଅଧିକ ତଦନ୍ତ ଜାରି ରଖିଥିବା ପୁଲିସ ସୂଚନା ଦେଇଛି ।

Leave A Reply

Your email address will not be published.