csstore

ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀ ଓ ଅଂଚଳବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଦିଲ୍ଲୀ ମୁଖେ ସି. ଏଚ ପଦ୍ମିନୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣରେ ବିଭିନ୍ନ ସମୟରେ ଭୌଗଳିକ ପଟଚିତ୍ର ପରିବର୍ତ୍ତନ ଘଟୁଥିବା ପରିଲକ୍ଷିତ ହେଉଛି । ଯାହାକୁ ନେଇ ଅଶାନ୍ତ ସମୁଦ୍ରର ଉଚ୍ଚ ଲହଡି ମାଡ଼ରେ ସମୁଦ୍ରର ଗର୍ଭ ମଧ୍ୟରେ ଲୀନ ହୋଇସାରିଲାଣି ପୁରୁଣା ପୋଡ଼ମ ପେଟା ଗ୍ରାମଟି । ଅନ୍ୟପଟେ ସ୍ଥାନୀୟ ସାମୁଦ୍ରିକ ମତ୍ସ୍ୟଜୀବି ମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଏହି ସବୁ ସମସ୍ୟାର କଣ କାରଣ ରହିଛି ସେହି ସମସ୍ୟାର ସମାଧାନ କିପରି ହୋଇପାରିବ ସେ ସମ୍ପର୍କରେ କ୍ଳାଇମେଟ ଏସିଆ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ସୋମବାର ଦିଲ୍ଲୀ ଯାତ୍ରା କରୁଛନ୍ତି ଭିୟୁଷ ଅନୁଷ୍ଠାନର କମ୍ପ୍ୟୁଟର ପ୍ରଶିକ୍ଷିକା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମର ଯୁବତୀ ସି ଏଚ ପଦ୍ମିନୀ । ଅନେକ ସମୟରେ ଗଞ୍ଜାମ ଓ ଛତ୍ରପୁର ବ୍ଲକ ଅଞ୍ଚଳ ବେଳାଭୂମି ଅବକ୍ଷୟ ହେବାରେ ଲାଗିଛି । ଅସଜଡ଼ା ସମୁଦ୍ର କୂଳରେ ଆଶାନ୍ତ ସମୁଦ୍ରର ଲହଡି ମାଡରେ ଅନେକ ମତ୍ସ୍ୟଜୀବି ମାନଙ୍କ ଜୀବନ ଚାଲିଯାଉଥିବା ନଜର ରହିଛି । ତତ୍‌ ସହିତ ଅନେକ ମତ୍ସ୍ୟଜୀବି ବିକଳାଙ୍ଗ ହୋଇଛନ୍ତି । ସ୍ଥାନୀୟ ପୋଡ଼ମପେଟା, କଣ୍ଟିଆଗଡ଼, ଗୋଖରକୁଦା, ସିଦ୍ଧାନ୍ତ ନଗର, ପ୍ରାୟଗି, ପୁରୁଣାବନ୍ଧ, ସାନ ନୋଳିଆ ନୁଆଁଗାଁ, ବଡ଼ ନୋଳିଆ ନୁଆଁଗାଁ, ବଡ଼ ଆର୍ଜିପଲ୍ଲୀ, ସାନ ଆର୍ଜିପଲ୍ଲୀ ପ୍ରମୁଖ ଗ୍ରାମର ମତ୍ସ୍ୟଜୀବି ଦାଦନ ଖଟିବାକୁ ଅନ୍ୟରାଜ୍ୟ ଯିବାକୁ ବାଧ୍ୟ ହେଉଥିବା ବେଳେ ବେଳାଭୂମି ଅବକ୍ଷୟ ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେ ସବୁ ସମସ୍ୟା କିପରି ସମାଧାନ ହୋଇପାରିବ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରିବେ ସି ଏଚ ପଦ୍ମିନୀ ।

jayashree
Leave A Reply

Your email address will not be published.