pakka

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀ ଗଣେଶଙ୍କ ପୂଜା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିଠାରେ ପବିତ୍ର ଶ୍ରୀ ଗଣେଶଙ୍କ ପୂଜା ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିରଠାରେ ଯଦୁମଣି ଦାଶ ପୂଜକ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ସ୍ୱରଚିତ ଗଳ୍ପ, କବିତା ଓ ଚିତ୍ରମାନଙ୍କ ସମାହାରରେ ପୂଜା ବିଶେଷାଙ୍କ ଅରୁଣ ପତ୍ରିକା ସମ୍ପାଦକ ଜନକଲାଲ ମେହେରଙ୍କ ଦ୍ୱାରା ଉନ୍ନୋଚିତ ହୋଇଥିଲା । ଠିକ୍ ସେହିପରି ଶିଶୁ ମନ୍ଦିର ପରିସରରେ ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଲାଇ ଥିଲେ । ସହ ସମ୍ପାଦକ ଗୋପାଳ କୃଷ୍ଣ ମିଶ୍ର ଅରୁଣ ଶୁଭ ଉନ୍ନୋଚନ କରିଥିଲେ । ଉକ୍ତ ପୂଜନୋତ୍ସବରେ ଅଭିଭାବକ ଅଭିଭାବିକା, ଛାତ୍ର ଛାତ୍ରୀ, ପୂର୍ବତନ ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଶିଶୁ ବିଦ୍ୟା ମନ୍ଦିର ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

four × five =