oom

ଡେଲାଙ୍ଗରେ ବିଘ୍ନ ବିନାଶକ ଶ୍ରୀ ଗଣେଶ ପୂଜା ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମରେ ଆଜି ଗଣେଶ ଚତୁର୍ଥୀ ଅବସରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ, କ୍ଲବ, ଯୁବକ ସଂଘ, ମହିଳା ସମିତିଗୁଡିକରେ କୋଭିଡ କଟାକଣା ମଧ୍ୟରେ ଆଜି ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜାର୍ଚନା ପାରମ୍ପରିକ ନୀତିକାନ୍ତି ସହ ସମ୍ପନ୍ନ ହୋଇଛି । ଘୋରଡିଆ ନୋଡାଲ ହାଇ ସ୍କୁଲ, ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା, ଡେଲାଙ୍ଗ ମହତାବ ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ, ଉନ୍ନିତ ଉପ୍ରା ବିଦ୍ୟାଳୟ, ଡେଲାଙ୍ଗ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଗାଦିବ୍ରହ୍ମ +୩ ମହାବିଦ୍ୟାଳୟ, କଲ୍ୟାଣପୁର କଲେଜ, ଇନ୍ଦିପୁର ମହାବିଦ୍ୟାଳୟ, ହରିପୁରସ୍ଥ ପଂଚାୟତ ମହାବିଦ୍ୟାଳୟ ସମେତ ସମସ୍ତ ଶିକ୍ଷା ଅନୁଷ୍ଠାନ, ଡେଲାଙ୍ଗ ହାଟ ବଜାର, ବାଇଆ ବଜାର, କଲ୍ୟାଣପୁର ବଜାର, ଘୋରଡିଆ ବଜାର, ଡେଲାଙ୍ଗ ଷ୍ଟେସନ ବଜାର, ବେରବୋଇ ବଜାର, ଇନ୍ଦିପୁର ବଜାର, ଅରିଶଲ ଛକ ବଜାର ଆଦି ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ରପୂଜ୍ୟ ଦେବତା ଶ୍ରୀ ଗଣେଶ ପୂଜା ପାରମ୍ପରିକ ନୀତିକାନ୍ତି ସହ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.