ପଦ୍ମପୁର ଉପଖଣ୍ଡରେ ଗାନ୍ଧୀ ଜୟନ୍ତୀ ପାଳନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡର ପାଇକମାଲ ସ୍ଥିତ ଯମୁନା କନ୍ଦୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ବରିଷ୍ଠ ସଂଗ୍ରାମୀ କୀର୍ତ୍ତନ ଦାଉ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରିଥିଲେ । ଗାନ୍ଧୀ ବିଚାର ଧାରାରେ ଅନୁପ୍ରାଣିତ ହୋଇ ସଂଗ୍ରାମ କରୁଥିବା ଅନେକ ସଂଗ୍ରାମୀମାନେ ଆଜି ବି ସମାଜ ସେବା ନିମିତ୍ତ ନିଜ ଜୀବନକୁ ଉସର୍ଗ କରୁଥିବାରୁ ସେମାନେ ଚିର ନମସ୍ୟ ଅଟନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ଦାଉ ମତ ବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରକୃତି ବନ୍ଧୁ ସାମ୍ବାଦିକ ଧୀରେନ୍ ମହାନ୍ତି ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ,ସହକାରୀ ଶିକ୍ଷକ ସେବକ ସେଠ ଓ ବିଦ୍ୟାଳୟ କର୍ମଚାରୀ ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.