oom

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୯ତମ ପ୍ରତିଷ୍ଠା ଦିବସ ପାଳିତ : ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ସଂକଳ୍ପ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ୩୯ଟି ଦୀପ ପ୍ରଜ୍ୱଳନ, ୩୯ଟି ବୃକ୍ଷ ରୋପଣ ଓ ୩୯ଟି ତୀରନ୍ଦାଜ ସହ ପାଳିତ ହୋଇ ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ, ସମ୍ବଲପୁର, ଛତିଶଗଡ ଅଞ୍ଚଳରୁ ଆସିଥିବା ଶତାଧିକ କାର୍ଯ୍ୟକର୍ତ୍ତା ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ନେତୃତ୍ୱରେ ନୃସିଂହନାଥ ମନ୍ଦିରରୁ ପାରମ୍ପରିକ ଆଦିବାସୀ ବାଦ୍ୟ ସହ ଏକ ଶୋଭାଯାତ୍ରାରେ ଆସି ଗାନ୍ଧୀସ୍ମୁତି ପୀଠରେ ଠାରେ ସ୍ଥାପିତ ମାହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଶୋଭାଯାତ୍ରାରେ ସମସ୍ତେ ଭାଗବତତତ୍ୱ ଯୋଗାଶ୍ରମରେ ପହଞ୍ଚିଥିଲେ । ପୂର୍ବତନ ଆବାହକ ରାହାସ ବିହାର ସାହୁଙ୍କ ତତ୍ୱାବଧାନରେ ପୂର୍ବତନ ଆବାହକ ତଥା ସାମ୍ବାଦିକ ଧିରେନ ମହାନ୍ତି ସଭା ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପ୍ରତିଷ୍ଠାତା ସଦସ୍ୟ ଗଙ୍ଗାଧର ସାହୁ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସମୟରେ ରଚିତ ଗୀତ ଗାଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ପ୍ରମୁଖ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଆନ୍ଦୋଳନର ଅତୀତ ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବୋଡାସମ୍ବର ଜମିଦାର ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ସରପଞ୍ଚ ଦିଲ୍ଲୀପ ବେହେରା, ରଘୁବୀର ସିଂହ ବରିହା, ଧବଲେଶ୍ଵର ବରିହା, ଝସକେତନ ସାହୁ, ତୋଫାନ ଠାକୁର, ପୁରନ୍ଦର ସାହୁ, ଯୋଗେନ୍ଦ୍ର ଭୋଇ, ମଙ୍ଗନ ବରିହା, ଗୋବିନ୍ଦ ବନଛୋର, ଜମ୍ବୋବତୀ ବିଜିରା, ପ୍ରତିମା ବଗାର, ଦୁଃଶାସନ କୁମ୍ଭାର, ଲଳିତ ଜଗତ, ଗୋପାଳ ରଣା, ଭିକ ସାହୁ, ବାଜୀବନ ନାୟକ, ଡୁଲାମଣି ପାଣ୍ତେ, ସଫେଇ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପିପଲଖୁଣ୍ଟା ଗ୍ରାମରେ ସ୍ଥାପିତ ଗନ୍ଧମାର୍ଦ୍ଦନ ସୁରକ୍ଷା ସ୍ମୃତି ସ୍ତମ୍ଭକୁ ଆଗାମୀ ମାସରେ ଉନ୍ମୋଚିତ କରିବା ପାଇଁ ସମାବେଶରେ ପ୍ରସ୍ତାବ ପାରିତ ହୋଇଥିବା ବେଳେ ଆସନ୍ତା ବର୍ଷଠାରୁ ଅଗଷ୍ଟ ୧୯ ଯୁବ ପରିଷଦ ପ୍ରତିଷ୍ଠା ଦିବସ ପ୍ରତି ଗାଁ ସ୍ତରରେ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।

jittmm
Leave A Reply

Your email address will not be published.