csstore

ଚାଷୀଙ୍କ ବକେୟା ପଇସା ସହ ଧାନ ଉଠାଣରେ ଏଫସିଆଇର ଅନିୟମିତତା ନେଇ ବିଜେଡିର ଗଣ ଧାରଣା

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) : ଚାଷୀଙ୍କ ବକେୟା ପଇସା ସହ ଧାନ ଉଠାଣରେ ଏଫସିଆଇର ଅନିୟମିତତା ନେଇ କଣ୍ଟାବାଞ୍ଜି ବିଜେଡିର ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଇନ୍ଦିରାଛକ ନିକଟରେ ୨ଘଣ୍ଟିଆ ଗଣଧାରଣା ଦିଆଯାଇଛି । ଏପରିକି କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତିକୁ ପ୍ରତିବାଦ କରି ଚାଷୀ ଏଫସିଆଇ ଜରିଆରେ ଦେଇଥିବା ଧାନର ବକେୟା ଟଙ୍କା ସହ ଧାନ ଉଠାଣରେ ଅନିୟମିତତା କରିଥିବାରୁ ସାରା ଓଡିଶାରେ ବିଜେଡି ତରଫରୁ ପ୍ରତିବାଦ କରିଥିବା ବେଳେ କଣ୍ଟାବାଞ୍ଜି ବିଜେଡି ମଧ୍ୟ ବାଦ୍‌ ପଡିନାହିଁ । ଏହି ଗଣ ଧାରଣାରେ ପୂର୍ବତନ ବିଧାୟକ ଅୟୁବ ଖାନ, ବିଜେଡି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଗୋପା ମହାନନ୍ଦ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସ, ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାନ, ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାନ, ଦେବାର ବାରିକ, ମନୋଜ ଚଣ୍ଡି, ମୁନ୍ନା ମହାନ୍ତି, ଅମୁଲ୍ୟ ନାଗ ସହ ଶତାଧିକ ବିଜେଡି ମହିଳା କର୍ମି ସାମିଲ ଥିଲେ ।

jayashree
Leave A Reply

Your email address will not be published.