pakka

ସ୍ନାନଯାତ୍ରା ପରେ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୨ ବର୍ଷର କୋଭିଡ଼ କଟକଣା ପରେ ଅଭିନବ ଶ୍ରୀକ୍ଷେତ୍ର ଭାବେ ପରିଚିତ ଥିବା ଦେଓଗାଁ ବ୍ଲକର ମୁରସିଂହ ଗାଁରେ ମହା‌ସମାରୋହରେ ସ୍ନାନଯାତ୍ରା ପାଳିତ ହୋଇଯାଇଛି । ସକାଳ ଭୋରଟାରୁ ପାରମ୍ପାରିକ ରୀତିନୀତିରେ ପୂଜା ଅନୁଷ୍ଠିତ ହେବା ପରେ ଦିନ ଗୋଟାଏରେ ସ୍ନାନ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୁରତି । ପ୍ରଥମେ ସୁଦର୍ଶନ ପରେ ପରେ ବଳଭଦ୍ର, ମା’ ସୁଭଦ୍ରା ଓ ପରେ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଆଣିବା ପରେ ସ୍ନାନଯାତ୍ରାର ରୀତିନୀତି ଅନୁଷ୍ଠିତ ହୋଇଥିଲା । ଅଭିମନ୍ତ୍ରୀତ ହୋଇଥିବା ୧୦୮ ଗରା ଜଳରେ ମହାପ୍ରଭୂଙ୍କୁ ସ୍ନାନ କରାଯାଇଥିଲା । ଯେଉଁଥିରେ ସୁଦର୍ଶନଙ୍କୁ ୧୮ ଗରା, ବଳଭଦ୍ରଙ୍କୁ ୩୩ ଗରା, ସୁଭଦ୍ରାଙ୍କୁ ୩୨ ଗରା ଓ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଜଳରେ ସ୍ନାନ କରାଯାଇଥିଲା । ସଂନ୍ଧ୍ୟାରେ ଶ୍ରୀ ବିଗ୍ରହମାନଙ୍କୁ ଗଜାନନ ବେଶ କରିବା ପରେ ଭକ୍ତମାନେ ଦର୍ଶନ କରିଥିଲେ । ଆଜିର ଏକ କାର୍ଯ୍ୟକ୍ରମଟି ମନ୍ଦିରର ମୁଖ୍ୟ ପୁରୋଧା ବିଜୟ ମହାନ୍ତିଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ଶିକ୍ଷାବିତ ଟିକେଶ୍ୱର ଗୁରୁ ଓ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଲ ଯୋଗ ଦେଇ ମହାପ୍ରଭୁଙ୍କ ପଂହଣ୍ଡି କରି ଛେରା ପହରା କରାଇଥିଲେ । ଦେଓଗାଁ, ସାରସବାହାଲ ଓ କୁତୁର୍ଲାର ମହିଲା ସଂଙ୍କିର୍ତ୍ତନ୍ୟ ଦଳ ଜଗନ୍ନାଥ ମନ୍ଦିରରେ ସଂଙ୍କିର୍ତ୍ତନ ପରିବେଶଣ କରିଥିବା ବେଳେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଭକ୍ତମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରି ଔଷଧ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.

6 + 10 =