pakka

ଜାଂଜଗିରରେ ବୋରୱେଲ ଗର୍ତ୍ତ ଭିତରୁ ରାହୁଲକୁ ଉଦ୍ଧାର କାର୍ଯ୍ୟ ଜାରି : ସୁରକ୍ଷିତ ଭାବେ ରାହୁଲକୁ ଉଦ୍ଧାର କରାଯିବ ବୋଲି ରେସ୍‌କ୍ୟୁ ଟିମ୍‌ର ଦାବୀ

ରାୟପୁର : ଜାଂଜଗିରରେ ବୋରୱେଲ ଗର୍ତ୍ତ ଭିତରୁ ରାହୁଲକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୁରକ୍ଷିତ ଭାବେ ରାହୁଲକୁ ଉଦ୍ଧାର କରାଯିବ ବୋଲି ରେସ୍‌କ୍ୟୁ ଟିମ୍‌ ପକ୍ଷରୁ ଦାବୀ କରାଯାଇଛି । ଆଉ ମାତ୍ର ଅଳ୍ପ ସମୟ ମଧ୍ୟରେ ରାହୁଲକୁ ଉଦ୍ଧାର କରାଯିବ ବୋଲି କୁହାଯାଉଛି । ରାହୁଲ ସାହୁ ନାମକ ଜଣେ ଶିଶୁ ଶୁକ୍ରବାର ଦିନ ତାଙ୍କ ଘର ନିକଟରେ ଥିବା ଏକ ଖୋଲା ବୋରୱେଲର ଗର୍ତ୍ତରେ ପଡ଼ିଯାଇଥିଲେ । ଶିଶୁଟିର କ୍ରନ୍ଦନ ଶୁଣି ପରିବାର ସଦସ୍ୟମାନେ ଗର୍ତ୍ତ ନିକଟରେ ଯାଇ ଜାଣିବାକୁ ପାଇଲେ, ଯେ ପିଲାଟି ବୋରୱେଲ ଭିତରେ ଖସି ପଡ଼ିଛି । ବୋରୱେଲର ଗର୍ତ୍ତ ୮୦ ଫୁଟ ଗଭୀର ଏବଂ ପିଲାଟି ବଧିର ଓ ମୂକ ବ୍ୟତୀତ ମାନସିକ ସ୍ତରରେ ଦୁର୍ବଳ । ତେଣୁ ତାକୁ ବାହାରକୁ ଆଣିବାରେ ଅନେକ ସମସ୍ୟା ସତ୍ୱେ ଶିଶୁଟିକୁ ବଂଚାଇବା ପାଇଁ ଲଗାତାର ୩ ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଏବେ ଜାରି ରହିଛି । ଅନ୍ୟ ପଟେ ଘଟଣାସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ପ୍ରସ୍ତୁତ ରହିଛି । ଗର୍ତ୍ତ ଭିତରୁ ରାହୁଲକୁ ବାହାର କରାଯିବା କ୍ଷଣି କିଭଳି ଉଚିତ ଚିକିତ୍‌ସା କରାଯାଇ ପାରିବ, ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।

Leave A Reply

Your email address will not be published.

12 + 4 =