ଭବାନୀପାଟଣା ସାଇ ମନ୍ଦିରରୁ ରୂପା ଗହଣା ଚୋରି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବେହେରା ଗୁଡ଼ା ଭାଗିରଥି ପାର୍କ ନିକଟସ୍ଥ ସାଇ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେର ୧୭ କେଜିରୁ ଅଧିକ ରୁପା ଅଳଙ୍କାର ଚୋରି ହୋଇଛି । ଚୋର ମାନେ ବିଳମ୍ବିତ ରାତିରେ ମନ୍ଦିରର କବାଟ ଭାଙ୍ଗି ସାଇ ବାବାଙ୍କ ବିଭିନ୍ନ ପ୍ରକାର ରୂପା ନିର୍ମିତ ଗହଣା ଓ ଦାନ ବାକ୍ସକୁ ଚୋରି କରି ନେଇଛନ୍ତି । ମନ୍ଦିର ପରିସରରେ ଖଞ୍ଜା ଯାଇଥିବା ସିସିଟିଭି ତାରକୁ କାଟି ଦେଇ ଚୋରି କରି ନେଇଛନ୍ତି । ସକାଳୁ ପୂଜକ ମନ୍ଦିର ଖୋଲି ଦେଖିବା ବେଳକୁ ଚୋରମାନେ କଳା କନା ବୁଲେଇ ଫେରାର ମାରିଛନ୍ତି । ଚୋରି କରିନେଇ ଥିବା ରୂପା ଗହଣା ପ୍ରାୟ ୧୭ କେଜିରୁ ଅଧିକ ହୋଇଥିବା ଏତଲାରେ ଦର୍ଶାଯାଇଛି । ଏନେଇ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରଯାଇଛି । ସାଇନ୍ଟିଫିକ ଟିମ୍ ସହ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.