ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅଷ୍ଟମ ଦିବସ

  • ନକଟାସର, ସିହିନି, ଗେର୍ଡି, ଗଇଁନ୍ତଲା, ତେନ୍ତୁଳିମୁଣ୍ଡା, ମହିପୁର ଓ କଣ୍ଟାବାଞ୍ଜି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଗେର୍ଡି ଟ୍ରାଇବ୍ରେକର ୫-୪ ଗୋଲରେ ଆଗଲପୁର ଇଲେଭେନଷ୍ଟାରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ସୁଶ୍ରୀ ଆଇଟିଆଇ ଅଧ୍ୟକ୍ଷ ସନ୍ତୋଷ କୁମାର ବ୍ରହ୍ମା, ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗ ଓ ପୂର୍ବତନ ଖେଳାଳି ପ୍ରଦୀପ କୁମାର ମହାରଣା ଯୋଗ ଦେଇଥିଲେ । ରେଫରି ସଂଜିବ ମହାରଣା, ସୁଦର୍ଶନ ସେଠ, ସୁରେଶ ନାଏକ ଓ ସୁଧାଂଶୁ ସେଠ ଖେଳ ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ ଗଇଁନ୍ତଲା ୧-୦ ଗୋଲରେ ଭାଲେରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡା ସଂସଦର ସଭ୍ୟ ସଂଗ୍ରାମ ବହିଦାର, ଭୁପେନ୍ଦ୍ର ସିଂ ଓ ପୂର୍ବତନ ଖେଳାଳି ଶିବରାମ ମାଝି ଯୋଗ ଦେଇଥିଲେ । ରେଫରି ଭାବରେ ସୁଶାନ୍ତ ନାଗ, ଦେବାଶିଷ ବାଗ, ଶ୍ରବଣ ବାଗ ଓ ନରସିଂ ସ୍ୱାମୀ ନାଇଡୁ ଦାୟିତ୍ୱ ତୁଳାଇଥିଲେ । ଚୁଡାପାଲି ପଡିଆରେ ନକଟାସର ୬-୦ ଗୋଲରେ ସୁନାମୁଦିକୁ ହରାଇ ଗ୍ରୁପ ଚମ୍ପିୟାନ ହୋଇଛି । ଅତିଥି ଭାବେ ଚୁଡାପାଲି ପିଏସ୍‌ ମେମ୍ବର ପୁଷ୍ପାଞ୍ଜଳି ମହାଲିଙ୍ଗ ଯୋଗ ଦେଇଥିଲେ । ରେଫରି ଭାବେ ଦେବରାଜ ନାହାକ, ପୁରୁଷୋତ୍ତମ ବୁଡେକ, ଉମେଶ ଭୋଇ ଓ ଜଳନ୍ଧର ସାହୁ ଦାୟିତ୍ୱ ତୁଳାଇଥିଲେ । ଜରାସିଂହା ପଡିଆରେ ମହିପୁର ୭-୦ ଗୋଲରେ ବଡଙ୍ଗୋମୁଣ୍ଡାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ମେହେର, ବିଜେଡି ନେତା ଉମା ଶଙ୍କର ସିଂ, ଅନ୍ତର୍ଯ୍ୟାମି ଭୋଇ ଓ ଶତୃଘନ ଘଡାଇ ଯୋଗ ଦେଇଥିଲେ । ରେଫରି ଭାବରେ ସଞ୍ଜନ କୁଦେଇ, କୈଳାସ କର୍ତ୍ତି, କୁନ୍ତେ ମେହେର ଓ ଲକ୍ଷ୍ମୀଧର ମହାନ୍ତି ଖେଳ ପରିଚାଳନା କରିଥିଲେ । ତୁର୍ଲା (ଟିଟିଲାଗଡ) ପଡିଆରେ ସିହିନି ୪-୦ ଗୋଲରେ ତୁର୍ଲାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ କ୍ରୀଡା ସଂଗଠକ ନିରାକାର ସୁନାନି ଓ ରଘୁ ଖର୍ସେଲ ଯୋଗ ଦେଇଥିଲେ । ରେଫରି ଭାବରେ ବିବଚ୍ଛ ମାଝି, ଯଶୋବନ୍ତ ମାଝି, ରାଜେଶ ସ୍ୱାଇଁ ଓ ଲବ ସୁନାନି ଦାୟିତ୍ୱ ତୁଳାଇଥିଲେ । ପାଟଣାଗଡ ପଡିଆରେ ତେନ୍ତୁଳିମୁଣ୍ଡା ୩-୦ ଗୋଲରେ ପାଟଣାଗଡ ଏଫ୍‌ଏକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କାଦୋପଡା ଦୁର୍ଗାପୂଜା କମିଟିର ମହାଦେବ ମେହେର, ଗୋକୁଲରାମ ମେହେର, ପ୍ରଶନ୍ନ ମେହେର ଓ ସନ୍ତୋଷ ଚୋପଦାର ଯୋଗ ଦେଇଥିଲେ । ଖେଳକୁ ବିକି ବିଶି, ତ୍ରିନାଥ ଚନ୍ଦନ, ରାଜେନ୍ଦ୍ର ଧରୁଆ ଓ ଉପେନ୍ଦ୍ର ଚନ୍ଦନ ପରିଚାଳନା କରିଥିଲେ । ହଳଦି ପଡିଆରେ କଣ୍ଟାବାଞ୍ଜି ଏଫ୍‌ସି ୨-୦ ଗୋଲରେ ବଙ୍ଗୋମୁଣ୍ଡାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ସରପଂଚ ବିଶ୍ୱ ବିହାରୀ ଯୋଷୀ, ସରପଂଚ ଅଜିତ ଯୋଷୀ ଓ ପୂର୍ବତନ ଖେଳାଳି ବଳରାମ ସା ଯୋଗ ଦେଇଥିଲେ । ରେଫରି ଭାବେ ପାଣ୍ଡବ ବିଶି, ଆଶିଷ ଦେବ ସା, ପ୍ରତାପ ଭୁକ୍ତା ଓ ଆଶିର୍ବାଦ ସା ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.

ten + 8 =