csstore

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା : ହୁଗୁଲି ମାଣିକ ଫୁଟବଲ କୋଚିଂ, ପଶ୍ଚିମବଙ୍ଗ ସେମିଫାଇନାଲରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ଷ୍ଟାଡିୟମଠାରେ ଚାଲିଥିବା ସର୍ବଭାରତୀୟ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ୫ମ ଦିବସର ଖେଳ ହୁଗୁଲି ମାଣିକ ଫୁଟବଲ କୋଚିଂ (ପଶ୍ଚିମବଙ୍ଗ) ବନାମ ବୁରାନ୍‌ପୁର (ମଧ୍ୟପ୍ରଦେଶ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଖେଳରେ ପଶ୍ଚିମବଙ୍ଗ ହୁଗୁଲି ଦଳ ୩-୧ ଗୋଲରେ ବିଜୟ ହାସଲ କରି ସେମିଫାଇନାଲକୁ ଉନ୍ନିତ ହୋଇଛନ୍ତି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ସିଡିଏମ୍‌ଓ ଡା. କୁବେର ଚନ୍ଦ୍ର ମହନ୍ତ ଏବଂ ସୁପ୍ରିମ ଟାସ୍କର ନିର୍ଦ୍ଦେଶକ ଅଜିତ ପାଲ ଯୋଗଦାନ କରିଥିଲେ । ଆୟୋଜକ କମିଟୀର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ମଂଚ ପରିଚାଳନା କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଜଣାଶୁଣା କଳାକାର ନିରାକାର ସାଏ ଓ ଅଧ୍ୟାପକ ଆଦିତ୍ୟ ପଟ୍ଟନାୟକ ଅତିଥିମାନଙ୍କୁ ପଡିଆ ଭିତରକୁ ନେଇ ଖେଳାଳୀଙ୍କ ସହ ପରିଚିତ କରାଇଥିଲେ । ସାଇଟର ପ୍ରତିଷ୍ଠାତା ତଥା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିବା ଡ. ଶ୍ରୀକର ମିଶ୍ରଙ୍କୁ ପଶ୍ଚିମବଙ୍ଗ ଦଳର କୋଚ୍‌ ତାପସ କୁମାର ଦେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଓଡିଶାର ବିଭିନ୍ନ ଜାଗାରେ ଫୁଟବଲ ପ୍ରତିଯୋଗିତା ହେଉଥିଲେ ମଧ୍ୟ ଏଠାରେ ହେଉଥିବା ପ୍ରତିଯୋଗିତା ବହୁତ ପୂରାତନ ଏବଂ ଖେଳ ଗୁଡିକ ଉନ୍ନତ ମାନର ହେଉଥିବା କଥା ଅତିଥିମାନେ ପ୍ରକାଶ କରିଥିଲେ । ରେଫରୀ ଭାବରେ ନିଲ ନାଏକ, ସୁବ୍ରତ କୁମାର ପୁରୋହିତ, ଦେବାଶିଷ ବାଗ ଓ ସୁଧାଂଶୁ ସେଠ ଖେଳ ପରିଚାଳନା କରିଥିବା ବେଳେ ସୁନୀଲ ଚନ୍ଦ୍ର ବିଶ୍ୱାଲ ମ୍ୟାଚ୍‌ କମିଶନର ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇ. ସନ୍ତୋଷ କୁମାର ବ୍ରହ୍ମା, ଇ. ପ୍ରଶାନ୍ତ ତ୍ରିପାଠୀ, ହୃଶିକେଶ ସାଏ, ଅଶୋକ ପଧାନ, ଯତିନ କୁମାର ରଣା, ଅନିକେତ ପ୍ରଧାନ, ସୌମ୍ୟରଂଜନ ନାଗ, ମଳୟ ରଂଜନ ସାହୁ, ଲିଙ୍କନ କୁମାର ପ୍ରଧାନ, ସୁରଜ୍ୟ ପଧାନ, ଗଗନ ସାମନ୍ତ, ବିଶ୍ୱଜିତ ସୁନା, ନୃପରାଜ ଭୋଇ, ନିଶାରକାନ୍ତ ନାଗ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ଦ୍ୱିତୀୟ ସେମିଫାଇନାଲ ଖେଳ କୁଚିଣ୍ଡା ବିଏଫ୍‌ସି ବନାମ ହୁଗୁଲି ମାଣିକ କୋଚିଂ ପଶ୍ଚିମବଙ୍ଗ ଦଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

jayashree
Leave A Reply

Your email address will not be published.