ବଲାଙ୍ଗିର ଜିଲ୍ଲା ସିନିୟର ଚତୁର୍ଥ ସୁପର୍‌ ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଖେଳ

  • ନକଟାସରକୁ ହରାଇ ପ୍ରୋଗ୍ରେସିଭ କ୍ଲବ ସେମିଫାଇନାଲରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧି ଷ୍ଟାଡିୟମରେ ସୁପର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଚତୁର୍ଥ ଖେଳ ଗ୍ରୁପ ଏଫ୍‌ ବିଜେତା ଜିୱାଇଡିସି ନକଟାସର ଓ ଗ୍ରୁପ ଏଚ୍‌ ବିଜେତା ପ୍ରୋଗ୍ରେସିଭ କ୍ଲବ ଏ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରେସିଭ କ୍ଲବ ଏ ୪-୨ ଗୋଲରେ ଜିୱାଇଡିସି ନକ୍‌ଟାସରକୁ ହରାଇ ଚତୁର୍ଥ ଦଳ ଭାବେ ସେମିଫାଇନାଲକୁ ପ୍ରବେଶ କରିଛି । ଖେଳକୁ ରେଫରି ସୁଦୟ ବାରିକ, ସଞ୍ଜନ କୁମାର କୁଦେଇ, ଲବ ସୁନାନି ଓ ଖଲିଲଉର ରହେମାନ ପରିଚାଳନା କରିଥିଲେ । ଅତିଥି ଭାବେ ପୂର୍ବ ଖେଳାଳି ଜ୍ୟୋତିରାଜ ମିଶ୍ର, ପ୍ରଦ୍ୟୁମ୍ନ ନନ୍ଦ, କ୍ରୀଡା ସଂସଦ ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର ଓ ପୂର୍ବ ଖେଳାଳି ସୁନିଲ ଚନ୍ଦ୍ର ବିଶ୍ୱାଲ ଯୋଗ ଦେଇଥିଲେ । ସେହିପରି କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଅଜିତ ସାହୁ, ଜୟରାମ ମିଶ୍ର, ଶରତ କୁମାର ନନ୍ଦ, ଭୁପେନ୍ଦ୍ର ପ୍ରସାଦ ସିଂ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର ଫୁଟ୍‌ବଲ୍‌ ସଂପାଦକ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ୧୫ ତାରିଖ ରବିବାର ଏପିଜେ ଲୋଇସିଂହା ବନାମ ଅମାମୁଣ୍ଡା ଏଏ ମଧ୍ୟରେ ପ୍ରଥମ ସେମିଫାଇନାଲ, ୧୬ ତାରିଖ ସୋମବାର ବିଏନ୍‌ଏଏ ଜରାସିଂହା ବନାମ ପ୍ରୋଗ୍ରେସିଭ କ୍ଲବ ଏ ବଲାଙ୍ଗିର ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ହେବ । ୧୭ ତାରିଖ ମଙ୍ଗଳବାର ଗ୍ରାଣ୍ଡ ଫାଇନାଲ ଖେଳ ଗାନ୍ଧୀ ଷ୍ଟାଡିୟମଠାରେ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ଜଣାଇଛନ୍ତି ।

jittmm
Leave A Reply

Your email address will not be published.