csstore

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଦ୍ୱାଦଶ ଦିବସ

  • କାଲସାଏପାଲି, ପ୍ରୋଗ୍ରେସିଭ କ୍ଲବ ଓ ମହିପୁର ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୩ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଖୁଜେନପାଲି ପଡିଆରେ କାଲସାଏପାଲି ଜେକେୱାଇଏସ୍‌ ୪-୦ ଗୋଲରେ ବ୍ଲୁ ମାଉଣ୍ଟେନକୁ ହରାଇ ‘ବି’ ଗ୍ରୁପ ଜୋନ ଚମ୍ପିୟାନ ହୋଇଛି । ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବ ରାଜ୍ୟସଭା ସଦସ୍ୟ ଅନଙ୍ଗ ଉଦୟ ସିଂଦେଓ, ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ କର୍ପୋରେସନ ଓଡିଶା ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇଥିଲେ । ଖୁଜେନପାଲି ସମିତି ସଭ୍ୟା ସୂର୍ଯ୍ୟକାନ୍ତି ସାହୁ, କ୍ରିଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ଏଥେଲେଟ ସଂପାଦକ ବିଭୁତି ଭୂଷଣ ପଣ୍ଡା, ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା, କ୍ରୀଡା ସଂସଦ ସଦସ୍ୟ ସଂଗ୍ରାମ ବହିଦାର, ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ସିଂ, ବିଜେଡି ଯୁବ ସଭାପତି ରାଜେନ୍ଦ୍ର ହୋତା, ଦେବବ୍ରତ ବେହେରା, ନିହାର ରଂଜନ ସ୍ୱାଇଁ, ଟିଟୁ ସାହୁ ଓ ସରୋଜ ତ୍ରିପାଠୀ ମଂଚାସୀନ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ଦେବାଶିଷ ବାଗ, ନରସିଂସ୍ୱାମୀ ନାଇଡୁ, ଖଲିଲଉର ରହେମାନ ଓ ଜ୍ୟୋତି ମହାନନ୍ଦ ପରିଚାଳନା କରିଥିଲେ । ଜରାସିଂହା ମିନି ଷ୍ଟାଡିୟମଠାରେ ମହିପୁର ୨-୦ ଗୋଲରେ ମୁରସିଂକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଜରାସିଂହା ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ବସନ୍ତ କୁମାର ମନହୀରା, ଅଧ୍ୟାପକ ଧୋବେଇ ଚରଣ ପଟେଲ ଓ ଅଧ୍ୟାପକ ଗୋବିନ୍ଦ ମେହେର ଯୋଗ ଦେଇଥିଲେ । ଖେଳକୁ ସଂଜନ କୁଦେଇ, କୈଳାସ ଚନ୍ଦ୍ର କର୍ତ୍ତି, ପ୍ରଶାନ୍ତ ଥନାପତି ଓ କୁନ୍ତେ ମେହେର ପରିଚାଳନା କରିଥିଲେ । ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ ପ୍ରୋଗ୍ରେସିବ୍‌ ଏ ବନାମ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ଖେଳ ୨-୨ ଗୋଲରେ ଡ୍ର ରହିଥିଲା । ଟ୍ରାଇବ୍ରେକର ୩-୨ ଗୋଲରେ ପ୍ରୋଗ୍ରେସିଭ ଏ ବିଜୟୀ ହୋଇଥିଲା । ଅତିଥି ଭାବରେ କ୍ରୀଡା ସଂସଦର ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ସଂସଦର ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର ଓ ସଂସଦର ସଦସ୍ୟ ଶରତ କୁମାର ନନ୍ଦ ମଂଚାସୀନ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ଶୁଶାନ୍ତ କୁମାର ନାଗ, ସୁଧାଂଶୁ ସେଠ, ଶ୍ରବଣ ବାଗ ଓ ଅବୁଦୁଲ ମୁଜୀବ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.