ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଆସନ୍ତା କାଲି

  • ଲୋଇସିଂହ, ଚୁଡାପାଲି ଓ ଖପ୍ରାଖୋଲଠାରେ ଉଦ୍‌ଘାଟନୀ ମେଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ରବିବାର ୪ ତାରିଖ ଦିନ ଲୋଇସିଂହା ମିନି ଷ୍ଟାଡିୟଠାରେ ଏ.ଏସ୍‌.ସି. ସଲତରପାଲି ବନାମ ଏସ.ଆର.ଏଫ୍‌.ଏ. ତେନ୍ତୁଳିଖୁଣ୍ଟି, ଚୁଡାପାଲି ପଡିଆରେ ୱାଇ.ଏସ୍‌.ଏଫ୍‌.ଟି ଭାଲୁପିଟା ବନାମ ଡଙ୍ଗାଘାଟ ଜେ.କେ.ଏଫ୍‌.ଏ ଓ ଖପ୍ରାଖୋଲ ହାଇସ୍କୁଲ ପଡିଆରେ କୁଆବାହାଲ ସାଇନିଂ ଷ୍ଟାର ବନାମ ମହରାପଦର ବି.ଡି.ଏସ୍‌ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ହେବ । ଖେଳ ଗୁଡିକ ଅପରାହ୍ନ ଘ.୩ଟାରେ ହେବ । ୧୫ ତାରିଖ ସୁପର ନକ୍‌ ଆଉଟ ଗୃପ ଆଇ ବିଜେତା ବନାମ ଏସ୍‌, ୧୬ ତାରିଖ ଗୃପ ଏ ବିଜେତା ବନାମ ଇ ଏବଂ ଗୃପ ଜେ ବିଜେତା ବନାମ ଏନ୍‌, ୧୭ ତାରିଖ ଗୃପ ବି ବିଜେତା ବନାମ ଏଫ୍‌ ଏବଂ ଗୃପ କେ ବିଜେତା ବନାମ ଓ ୧୮ ତାରିଖ ଗୃପ ବି ବିଜେତା ବନାମ ଏଫ ଏବଂ ଗୃପ କେ ବିଜେତା ଓ, ୧୮ ତାରିଖ ଗୃପ ସି ବିଜେତା ବନାମ ଜି ଏବଂ ଗୃପ ଏଲ୍‌ ବିଜେତା ବନାମ ପି, ୧୯ ତାରିଖ ଗୃପ ଡି ବିଜେତା ବନାମ ଏଚ୍‌ ମଧ୍ୟରେ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିର ଓ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଖେଳାଯିବ । ୨୨ ଓ ୨୩ ମହିଳା ଫୁଟବଲ ଖେଳ ହେବ । ସେହିପରି ସେମିଫାଇନାଲ ଖେଳ ୨୧ ଓ ୨୨ ତାରିଖ ଓ ଫାଇନାଲ ଖେଳ ୨୪ ତାରିଖରେ ଖେଳାଯିବ ବୋଲି କ୍ରୀଡା ସଂସଦ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ଓ ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

6 + seventeen =