csstore

୩ୟ ରାଜ୍ୟସ୍ତରୀୟ ମାଁ ପାଟଖଣ୍ଡା କପ୍ ଫୁଟବଲ୍ ପ୍ରତିଯୋଗିତା

  • ରୋମାଞ୍ଚକ ଭାବେ ୧-୦ରେ ସମ୍ବଲପୁରକୁ ହରାଇଲା ନୂଆପଡ଼ା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ଲାଲ ଜଗନ୍ନାଥ ପ୍ରସାଦ ମିନି ଷ୍ଟାଡିୟମରେ ବ୍ରଜେନ୍ଦ୍ର ନାରାୟଣ ଏଥଲେଟିକ ଏସୋସିଏସନ୍ (ବିଏନ୍‌ଏଏ) ଜରାସିଂହା ଆନୁକୂଲ୍ୟରେ ତୃତୀୟ ମାଁ ପାଟଖଣ୍ଡା କପ୍ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ଦ୍ଵିତୀୟ ମ୍ୟାଚ୍ ନୂଆପଡ଼ା ଏବଂ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ରୋମାଞ୍ଚକର ଭାବେ ୧ – ୦ଗୋଲରେ ନୂଆପଡ଼ା ଦଳ ବିଜୟ ଲାଭ କରିଥିଲା । ଆଜି ଖେଳର ଶ୍ରେଷ୍ଠ ଖେଳାଳି ଭାବେ କେଶବ ଗାନ୍ଧୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତା ପରିଚାଳନା କମିଟି ସଭାପତି କରୁଣାକର ମେହେର, ସମ୍ପାଦକ ରାଜ କିଶୋର ସେଠ ଏବଂ ଜମିଦାର ଦୁର୍ଗା ପ୍ରସାଦ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ଅମଲା ସଂଘ ସଭାପତି ପ୍ରଭାତ ମଲ୍ଲିକ, ସମାଜସେବୀ ରାଜୁ ମେହେର, ଜରାସିଂହା ପଞ୍ଚାୟତ ସରପଞ୍ଚ କୁସମଣୀ ମେହେର, ସମିତି ସଭ୍ୟ ଅମିତ ତ୍ରିପାଠୀ, ମାଁ ପାଟଖଣ୍ଡା ମନ୍ଦିର ପୂଜକ ସନ୍ତୋଷ ଥନାପତି ଯୋଗଦେଇଥିଲେ । ଏହି ମ୍ୟାଚ୍ ଅବସରରେ ପୂର୍ବତନ ଖେଳାଳି ସରୋଜ ପ୍ରକାଶ ସିଂଙ୍କୁ ସମ୍ମାନିତ କରାଯାଇଥିଲା । ଆଜିର ଖେଳକୁ ସଞ୍ଜନ କୁଡେ଼ଇ, ଦେବାଶିଷ ବାଗ, ତ୍ରୀନାଥ ଚନ୍ଦନ, ଲୋକନାଥ ଦଣ୍ଡସେନା ରେଫରୀ ଭାବେ ଖେଳ ପରିଚାଳନା କରିଥିବା ବେଳେ ମ୍ୟାଚ୍‌ କମିସନର ଭାବେ ସୁଶାନ୍ତ ଥନାପତି ଏବଂ ଧାରା ବିବାରିଣୀ ଭୋଳା ପଥରୀମାଳୀ, ପ୍ରଭୁଦାସ କୁମାର ଦାୟିତ୍ଵ ତୁଲାଇଥିଲେ ।

jayashree
Leave A Reply

Your email address will not be published.