ବିନୋଦ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବିଏନ୍‌ଏଏ ଜରାସିଂହା ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଢୁଲୁସର ଖେଳ ପଡିଆରେ ଜବାହାରଲାଲ ଫୁଟ୍‌ବଲ୍‌ ଏସୋସିଏସନ୍‌ ଆନୁକୂଲ୍ୟରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ବିଏନ୍‌ଏଏ ଜରାସିଂହା ୩-୨ ଗୋଲରେ ଜିୱାଇଡିସି ନକଟାସରକୁ ହରାଇ ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର (ବାବୁଲୁ) ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫୁଟ୍‌ବଲ ଏସୋସିଏସନ୍‌ ଅଫ୍‌ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ପୂର୍ବତନ ଫୁଟ୍‌ବଲ ଖେଳାଳି ଲୋକନାଥ କୁମୁରା, ପୂର୍ବତନ ସଦରବ୍ଲକ ବଲାଙ୍ଗିର ଅଧ୍ୟକ୍ଷ ଘାସିରାମ ବେହେରା, ଜିଲ୍ଲା କ୍ରୀଡା ସଂସଦର ଫୁଟ୍‌ବଲ୍‌ ସଂପାଦକ ହେମନ୍ତ କୁମାର ବେହେରା ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଶରତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନି ଉତ୍ସବରେ ଅତିଥିଗଣ ବିଜେତା ଜରାସିଂହା ଦଳକୁ ସ୍ୱର୍ଗତ ସୁଦର୍ଶନ ନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ଓ ନଗଦ ୭ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ ଉପବିଜେତା ନକଟାସର ଦଳକୁ ସ୍ୱର୍ଗତ ସୀତାନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ଓ ନଗଦ ୫ହଜାର ଟଙ୍କା ପୁରସ୍କୃତ କରିଥିଲେ । ପୂର୍ବତନ ଖେଳାଳି ରାମ କୁମାର କୁମୁରା, ଲମ୍ବୋଦର ପଟେଲ, କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର, ସୁବାଷ କୁମାର ନନ୍ଦ, ପ୍ରଦୀପ ମହାରଣା, ପ୍ରମୋଦ ରଣା, ଅଦ୍ୟୁତ ନାହାକ, ସୁଚୀନ୍ଦ୍ର ମଲ୍ଲିକ ପ୍ରମୁଖ ମଂଚାସୀନ ଥିଲେ । ଖେଳକୁ ରେଫରି ଭାବେ ସଂଜୀବ ମହାରଣା, ସୁଧାଂଶୁ ସେଠ, ପୁରୁଷୋତ୍ତମ ବୁଡେକ ଓ ନିଶାରକାନ୍ତ ନାଗ ପରିଚାଳନା କରିଥିବା ବେଳେ ଦେବରାଜ ନାହାକ ମ୍ୟାଚ କମିଶନର ଓ ମନୋଜ କୁମାର ବେହେରା ସହଯୋଗୀ କମିଶନର ଭାବେ ଦାୟିତ୍ୱ ତୁଳାଇ ଥିଲେ । ନକଟାସର ଦଳର ସୁରେଶ ପାଣ୍ଡେଙ୍କୁ ମ୍ୟାନ ଅଫ୍‌ ଦ ମ୍ୟାଚ ଓ ଜରସିଂହା ଦଳର ସୁକାନ୍ତ ଘଡେଇ ଓ ମୁରଲି ଭୋଇଙ୍କୁ ବେଷ୍ଟ ପ୍ଲେୟାର ସମ୍ମାନରେ ପୁରସ୍କୃତ କରାଯାଇଥିଲା । ଲମ୍ବୋଦର ମାଝି, ଦଳଗଞ୍ଜନ ମହାଲିଙ୍ଗ, ପିଣ୍ଟୁ କଅଁର, ବବଲୁ ମହାଲିଙ୍ଗ, ବିଶ୍ୱାମିତ୍ର କଅଁର, କରନ ଦଣ୍ଡସେନା, ସଂଜୟ ଥନାପତି, ଉମେଶ ରଣା, ଦିନେଶ ମରପାଚି, ବିପ୍ଲବ ନାହାକ, ଶିବ ଶଙ୍କର ଭୋଇ, ମହାଦେବ ଧରୁଆ, ମନୋଜ ରଣା, ମୁକେଶ ବଢେଇ, ଦିପକ ବେହେରା, ପ୍ରଶାନ୍ତ ମହାଲିଙ୍ଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.