pakka

ସେଞ୍ଚୁରିୟନ ବିଦ୍ୟାଳୟରେ ‘ଫୁଡ଼ ଫେଷ୍ଟିଭାଲ’

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନର ଲକଡାଉନ ଅବଧି ଶେଷ ହେଲା ପରେ ବିଦ୍ୟାଳୟ ଗୁଡିକ ଖୋଲିଛି ଏବଂ ଏହା ଛାତ୍ର ଛାତ୍ରୀଙ୍କ ମନରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଛି । ଏହି ଉତ୍ସାହ, ଉଦ୍ଦୀପନାକୁ ବଜାୟ ରଖିବା ପାଇଁ ତଥା ସୃଜନଶୀଳତା ବୃଦ୍ଧି କରିବା ପାଇଁ ଆଜି ସେଞ୍ଚୁରିୟନ ବିଦ୍ୟାଳୟର କତ୍‌ର୍ତ୍ତୃପକ୍ଷଙ୍‌ଙ୍କ ପକ୍ଷରୁ ଏକ ‘ଫୁଡ଼ ଫେଷ୍ଟିଭାଲ’ ର ଆୟୋଜନ ବିଦ୍ୟାଳୟର ପରିସରରେ କରାଯାଇଥିଲା । ସମାରୋହର ପ୍ରାରମ୍ଭରେ ଅତିଥି ମାନଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା । ତାପରେ ଅତିଥି ମାନେ ଫିତା କାଟି ସମାରୋହର ଉଦଘାଟନ କରିଥିଲେ । ଏକାଦଶ ଶ୍ରେଣୀର ଛାତ୍ରୀ ଶୀତଲ ବନଛୋର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ତାପରେ ଅତିଥିମାନେ ଦୀପ ପ୍ରଜ୍ବଳନ କରି ସମାରୋହର ପ୍ରାରମ୍ଭ ପାଇଁ ସୂଚନା ଦେଇଥିଲେ । ଏଇ ଶୁଭ ଅବସରରେ ଏକାଦଶ ଶ୍ରେଣୀର ଛାତ୍ରୀ ଅର୍ପିତା ତ୍ରିପାଠୀ, ଯୋୟେଶା ବିଶ୍ୱାଳ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ପ୍ରତକ୍ଷ ତତ୍ଵାବଧାନରେ କାର୍ୟ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ଅତିଥି ଭାବରେ ଜିଲ୍ଲା ମିଶନ ଶକ୍ତିର(ଡି.ପି.ସି.) ଶ୍ରୀମତୀ ସୁମନ ଦ୍ବିବେଦୀ ଏବଂ ବାଟିକା ହୋଟେଲର ମୁଖ୍ୟ ପରିଚାଳକ ଚିନ୍ମୟ ତ୍ରିପାଠୀ ଯୋଗଦାନ କରିଥିଲେ । ଏହାପରେ ଅତିଥି ମାନେ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କର ଅଭିନବ ପ୍ରୟାସକୁ ପ୍ରଶଂସା କରିବା ସହିତ ସେମାନଙ୍କର ଦକ୍ଷତା ଓ ସୃଜନଶୀଳତା ବୃଦ୍ଧି ପାଇଁ ଗୁରୁତ୍ତ୍ଵ ଆରୋପ କରିଥିଲେ ।

ଏହାପରେ ଅତିଥିମାନେ ଉତ୍ସବରେ ଆୟୋଜିତ ହୋଇଥିବା ଷ୍ଟଲ ଗୁଡିକ ବୁଲି ଦେଖିଥିଲେ ଓ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ‘ପର୍ବତ ସଂରକ୍ଷଣ ଦିବସ’ ଉପଲକ୍ଷେ ହୋଇଥିବା ପ୍ରତିଯୋଗିତା ଗୁଡିକର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଏକାଦଶ (କଳା)ର ଛାତ୍ରୀ ଅଙ୍କିତା ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହାପରେ ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ, ଯାହାକି ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ବାସ୍ତବରେ ସେଞ୍ଚୁରିୟନ ବିଦ୍ୟାଳୟର ଏପରି ପ୍ରୟାସକୁ ସହରର ସବୁ ମହଲ ତରଫରୁ ସ୍ୱାଗତ ଓ ପ୍ରଶାଂସା କରାଯାଇଛି ।

jay balangir
Leave A Reply

Your email address will not be published.

3 × five =