pr

କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗିରର ଝିଅ କଳ୍ପନାଙ୍କୁ ଜୁନିୟର ଫେଲୋସିପ୍

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଂସାରିପଡ଼ା ବାସିନ୍ଦା ତଥା ପଶ୍ଚିମ ଓଡ଼ିଶା ସୁପରିଚିତ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ପକ୍ଷରୁ ଜୁନିୟର ଫେଲୋସିପ୍ ୨୦୨୫-୨୬ ରେ ମନୋନୀତ ହୋଇଛନ୍ତି । ସେ ପଶ୍ଚିମ ଓଡ଼ିଶା ପାରମ୍ପରିକ ଢାପ ନୃତ୍ୟ ଉପରେ ଦୁଇ ବର୍ଷର ଗବେଷଣା କରିବେ । ୨୭ ବର୍ଷୀୟ କଳ୍ପନା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ମାଷ୍ଟର ପଫମୀ ଆଟ୍‌ରେ ଡିଗ୍ରୀ କରିଛନ୍ତି । ଛୋଟବେଳୁ ପଶ୍ଚିମ ଓଡ଼ିଶା ଢାପ ନୃତ୍ୟ ପ୍ରତି ତାଙ୍କ ରୁଚି ରହିଛି । ଆମର ଲୁକି ଆସୁଥିବା କଳାସଂସ୍କୃତି କେ ବଂଚେଇବା ରଖି ତାର‌ ପ୍ରଚାର ପ୍ରସାର କରିବା ପାଇଁ ଆଗାମୀ ଦିନରେ ଆମର ଆଗାମୀ ପିଢି ଏହି ପରମ୍ପରାକୁ ଭୁଲିବେ ନାହିଁ ସେଥିପାଇଁ ମୁଁ ପ୍ରୟାସ କରୁଛି ବୋଲି ସେ କହିଛନ୍ତି । ପଶ୍ଚିମ ଓଡ଼ିଶାର ଏକ ଲୋକପ୍ରିୟ ନୃତ୍ୟ ହେଉଛି ଢାପ ଯାହାର ଅନେକ ଇତିହାସ ରହିଛି । ତେଣୁ ଏହି ନୃତ୍ୟ କେବେ ଲୋପ ନ‌ ପାଉ ତେଣୁ ମୋ ପ୍ରାଣଥିବା ଯାଏଁ ଏହା ଉପରେ କାମ କରିବି । ପଶ୍ଚିମ ଓଡ଼ିଶାର ନୃତ୍ୟ ପ୍ରଚାର ପାଇଁ ଆମେ ନୃତ୍ୟ ଗ୍ରୁପ୍ ଖୋଲିଛୁ ଯାହାର ନାଁ ତାଲ୍ ଟ୍ରାୟୋ ରହିଛି ଏହା ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମଞ୍ଚ ଆମେ ପଶ୍ଚିମ ଓଡ଼ିଶା ଲୋକ ନୃତ୍ୟ ପରିବେଷଣ କରିଆସୁ ବୋଲି ସେ କହିଛନ୍ତି । ଏଠାରେ ପ୍ରକାଶ ଥାଉକି ଯେ କଳ୍ପନା ଜଣେ ପଶ୍ଚିମ ଓଡ଼ିଶା ଆଗଧାଡିର ଅଭିନେତ୍ରୀ ସେ ପଶ୍ଚିମ ଓଡ଼ିଶାର ଭାଷାରେ ତିଆରି ହୋଇଥିବା ଗୁଦନୀ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫେଲୋସିପ୍ ଅଧୀନରେ ତାଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିବ । ସେ ଗବେଷଣା ଶେଷରେ ଢାପ ନୃତ୍ୟକୁ ନେଇ ଏକ ଡକ୍ୟୁମେଣ୍ଟ ତିଆରି କରିବେ । କଳ୍ପନାଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ବଲାଙ୍ଗିରର ବରିଷ୍ଠ କଳାକାରମାନେ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

nrusinghnath
Leave A Reply

Your email address will not be published.