jayashree

ନବମ ଓଡିଶା ପେନକାକ୍‌ ସିଲାଟ ଚମ୍ପିୟାନସିପ୍‌ରେ ବଲାଙ୍ଗିରର ସଫଳତା : ୧୪ ପଦକ ହାସଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୋର୍ଦ୍ଧା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ନବମ ଓଡିଶା ପେନକାକ୍‌ ସିଲାଟ ଚମ୍ପିୟାନସିପ୍‌ ୨୦୨୬-୨୭ ସଫଳତାର ସହ ସମାପ୍ତ ହୋଇଯାଇଛି । ତିନିଦିନ ବ୍ୟାପି ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡିଶାର ୧୮ଟି ଜିଲ୍ଲାରୁ ପ୍ରାୟ ୫୦୦ ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରି ନିଜ କ୍ରୀଡା ନୈପୁଣ୍ୟର ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗିତାରେ ବଲାଙ୍ଗିର ପେନ୍‌କାକ୍‌ ସିଲାଟ ଆସୋସିଏସନ୍‌ର ୧୦ ଜଣ ଛାତ୍ରଛାତ୍ରୀ ସମ୍ପାଦକ ତଥା ପ୍ରଶିକ୍ଷକ ପ୍ରଶାନ୍ତ ପାତ୍ରଙ୍କ ନେତୃତ୍ୱରେ ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ଦଳର ଖେଳାଳିମାନେ ମୋଟ ୧୪ଟି ପଦକ ଜିତି ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ପ୍ରତିଯୋଗିତାରେ ଖୁସିରାମ ସେଠ୍‌ ଡୁଙ୍ଗଲ ଓ ଟେଣ୍ଡିଙ୍ଗ ବିଭାଗରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଦଳର ସର୍ବୋଚ୍ଚକୃଷ୍ଠ ପ୍ରଦର୍ଶନକାରୀ ଭାବେ ଉଭା ହୋଇଛନ୍ତି । ରାଜଲକ୍ଷ୍ମୀ ଦାସ ଟେଣ୍ଡିଙ୍ଗରେ ସ୍ୱର୍ଣ୍ଣ ଏବଂ ଡୁଙ୍ଗଲରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ସୁଶ୍ରୀ ଦେବାଂଶୀ ଟେଣ୍ଡିଙ୍ଗରେ ସ୍ୱର୍ଣ୍ଣ ଓ ଡୁଙ୍ଗଲରେ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ସୋମ ନାରାୟଣ ଦୀପ ଟେଣ୍ଡିଙ୍ଗ ଓ ଡୁଙ୍ଗଲ ଉଭୟ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଅଭିନାସ ମଲ୍ଲିକ ଏବଂ ସିଜଲ ପାଣିଗ୍ରାହୀ ଡେଣ୍ଡିଙ୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

Leave A Reply

Your email address will not be published.