ଫେକ୍‌ ଆଇଡିରୁ ଅଶ୍ଲୀଳ ଗାଳିଗୁଲଜ କରିଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ

ପାଟଣାଗଡ, (ଗୋରେଖନାଥ ବରିହା) : ବର୍ତ୍ତମାନ ବିଜ୍ଞାନ ଓ ଡିଜିଟାଲ ଯୁଗ । ବୁଦ୍ଧିର ପ୍ରୟୋଗ କରି ମଣିଷ କ୍ଷୀପ୍ର ଗତିରେ ଉନ୍ନତି କରିବାରେ ଲାଗିଛି । ଏଭଳି ସମୟରେ ଉନ୍ନତ ବୁଦ୍ଧିକୁ ପ୍ରୟୋଗ କରି ନେଗେଟିଭ ଆଡକୁ ଟାଣି ନେଇ ଚାଲାକି ଭାବରେ ଫେକ୍‌ ଫେସ୍‌ବୁକ୍‌ ଖୋଲି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବାରୁ ଜଣେ ଯୁବକକୁ ପାଟଣାଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ତେତେଲମୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ଶୁକୃ ସୁନାନୀଙ୍କ ଅଭିଯୋଗ ଅନୁସାରେ ରୁଚି ବେହେରା ନାଁରେ ଜଣେ ଫେସ୍‌ବୁକ୍‌ ଆଇଡି ଖୋଲି ଅଶ୍ଳୀଳ ଭାଷାରେ ତାଙ୍କୁ ଗାଳିଗୁଲଜ କରୁଥିଲା । ସେ ଦେଇଥିବା ସମସ୍ତ ମେସେଜକୁ ଦେଖି ଶ୍ରୀ ସୁନାନୀ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ପୋଲିସ ତଦନ୍ତ କରି ଅଭିଯୁକ୍ତ ବିକ୍ରମ ବଢେଇ(୧୮) ନାମକ ଜଣେ ଯୁବକ ସୋନପୁର ହରିହରପୁର ଗାଁରୁ ଗିରଫ କରିଥିବା ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

3 × three =

error: Content is protected !!