ତେଲ ନଦୀ ବ୍ରିଜ୍‌ ତଳୁ ମୃତ୍ୟୁ ଦେହ ଉଦ୍ଧାର

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ତୁଷୁରା ରାସ୍ତା ଉପରେ ଥିବା ଧାନଘରା ତେଲ ନଦୀ ବ୍ରିଜ ତଳେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଦେହକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ମୃତ ଦେହ ପଡିଥିବା ସ୍ଥାନରେ କିଛି ପୂଜା ସାମଗ୍ରୀ ପଡ଼ିଥିବାରୁ ବଳିଦେଇ ହତ୍ୟା କରି ନଦୀ ଗର୍ଭକୁ ଫଂଗି ଦେଇଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ମୃତଦେହଟି ଜଣେ ପୁରୁଷଙ୍କ ଓ ବୟସ ପାଖାପାଖି ୪୦ ହେବ ବୋଲି ପୁଲିସ ଅନୁମାନ କରୁଛି । ତେବେ ଏହି ମୃତ ବ୍ୟକ୍ତି ଜଣକ କିଏ ଓ କିଭଳି ଭାବରେ ତାଙ୍କ ମୃତ୍ୟୁ ଘଟିଛି, ସେ ସଂପର୍କରେ ତଦନ୍ତ ଜାରି ରଖିଛି ପୁଲିସ ।

Leave A Reply

Your email address will not be published.

4 × five =

error: Content is protected !!