pakka

ପୌର ନିର୍ବାଚନ ନିମନ୍ତେ ଗଞ୍ଜାମ ଜିଲ୍ଲାର ସମସ୍ତ ବୁଥ୍‌କୁ ଇଭିଏମ୍‌ ମେସିନ ପହଞ୍ଚିଲା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ୪୨ଟି ୱାର୍ଡରେ ୨୫୦ଟି ବୁଥ୍‌ରେ ୨ଲକ୍ଷ ୫୫ହଜାର ୩ ଶହ ୨୬ ଜଣ ଭୋଟର ନିଜେ ନିଜର ମତ ସାବ୍ୟସ୍ତ କରିବେ । ସେହିପରି ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା ହିଞ୍ଜିଳିକାଟୁ ସହର ପୌର ପରିଷଦ ଏବଂ ଜିଲ୍ଲାର ସଦର ମହକୁମା ଛତ୍ରପୁର ସମେତ ୧୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୁରୁବାର ଭୋଟ ଗ୍ରହଣ ଅନୁଷ୍ଠିତ ହେଉଅଛି । ହିଞ୍ଜିଳିକାଟୁ ସମେତ ଅନ୍ୟ ୧୬ଟି ଏନ୍.ଏ.ସି.ରେ ସର୍ବମୋଟ ୨୪୦ଟି ୱାର୍ଡରେ ୨୭୭ଟି ବୁଥ୍ ନିମନ୍ତେ ୨ ଲକ୍ଷ ୨୫ ହଜାର ୭୪୪ଜଣ ଭୋଟର ମତଦାନ କରିବେ ବୋଲି ସରକାରୀ ଭାବେ କୁହାଯାଇଛି । ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ବୁଧବାର ସକାଳୁ ସଂରକ୍ଷିତ ହୋଇଥିବା ବିଭିନ୍ନ ସ୍ଥାନର ଷ୍ଟ୍ରଙ୍ଗରୁମ୍‌ରୁ ଇଲକ୍ଟ୍ରୋନିକ୍ସ ଭୋଟ ବାକ୍ସ ଅବା ଇଭିଏମ୍‌ ମେସିନ୍‌ ପୋଲିସ ଜିମାରେ ସମସ୍ତ ବୁଥ୍‌କୁ ଆଜି ମଧ୍ୟାହ୍ନ ସୁଦ୍ଧା ପହଞ୍ଚି ଯାଇଛି । ବ୍ରହ୍ମପୁର ମହାନଗରର ସର୍ବମୋଟ ୨୫୦ଟି ବୁଥ୍‌କୁ ଏବଂ ଅନ୍ୟ ସମସ୍ତ ୨୭୭ଟି ବୁଥ୍‌କୁ ଯାନବାହନ ଯୋଗେ କଡା ନିରାପତ୍ତାର ସହ ବିଭିନ୍ନ ବୁଥ୍‌କୁ ଇଭିଏମ୍‌ ମେସିନ୍‌ ପଠାଇ ଦିଆଯାଇଛି । ୨୪ ତାରିଖ ଗୁରୁବାର ସକାଳ ୮ଘଣ୍ଟା ଠାରୁ ସନ୍ଧ୍ୟା ୫ଘଣ୍ଟା ମଧ୍ୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଅଛି । ସକାଳ ୭ ଘଣ୍ଟା ବେଳେ ଇଭିଏମ୍‌ ଖୋଲି ଯାଞ୍ଚ ହୋଇ ମଗ୍ ପୋଲିଂ ପରେ ସାଧାରଣ ଭାବେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଭୋଟର ମାନେ ନିଜେ ନିଜର ଆଧାର କାର୍ଡ ଅବା ଭୋଟର କାର୍ଡ ନେଇ ଭୋଟ ଗ୍ରହଣ କେନ୍ଦ୍ର ନିକଟକୁ ଯାଇ ଭୋଟ ଦେଇପାରିବେ । ଭୋଟ ଗ୍ରହଣ କେନ୍ଦ୍ରର ୧୦୦ ମିଟର ଦୂରତା ପରିଧି ମଧ୍ୟରେ ମଦ୍ୟପାନ କରିବା, ଦଳୀୟ ପୋଷ୍ଟର ନ ରହିବା, କୌଣସି ବିଶୃଙ୍ଖଳା କରିବା, ଭୋଟରଙ୍କୁ ପ୍ରଭାବିତ କରିବା ଭଳି ସଙ୍ଗୀନ ଅପରାଧ ଆଦି ଉପରେ ପ୍ରଶାସନ ଅଙ୍କୁଶ ଲଗାଇଛନ୍ତି । ଏଥିପ୍ରତି ପୋଲିସ ପ୍ରଶାସନ ତୀକ୍ଷ୍ଣ ଧ୍ୟାନ ଦେଇଛନ୍ତି । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପ୍ରକାରେ ଭୋଟଗ୍ରହଣ ନିମନ୍ତେ ବ୍ୟାପକ ପୋଲିସ ପହରା ଓ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

jay balangir
Leave A Reply

Your email address will not be published.

six + 10 =