ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ପ୍ରଥମ ଉପ- ପ୍ରଧାନମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ ପୂର୍ବକ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି । ଏହି ଅବସରରେ ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର ପତି, ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ ପ୍ରଧାନ, ଉପ- ବିଭାଗୀୟ ଅଧିକାରୀ ସତ୍ୟବ୍ରତ ସାହୁ ଓ ଅନ୍ୟ ସମସ୍ତ କର୍ମଚାରୀ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରିଛନ୍ତି । ସମସ୍ତେ ସତ୍ୟନିଷ୍ଠାର ଶପଥ ନେବା ସହ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବାର ଶପଥ ନେଇଛନ୍ତି । ଏହା ସହ ସମସ୍ତ ଅଧିକାରୀ ଓ କର୍ମଚାରୀ ଦେଶର ଏକତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ସଂପୂର୍ଣ୍ଣ ଯୋଗଦାନ ପାଇଁ ସତ୍ୟନିଷ୍ଠା ସହ ସଂକଳ୍ପ ନେଇଥିଲେ । ଏହି ଅବସରରେ ଦେଶ ଗଠନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭୂମିକାର ସ୍ମୃତିଚାରଣ କରି ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

15 − fifteen =