pakka

ବଲାଙ୍ଗିର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଇ-ପାଠଚକ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନଲାଇନ ମାଧ୍ୟମରେ ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ବଲାଙ୍ଗିର ତରଫରୁ ଡ. ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଷୟ ଥିଲା, “ବିବେକାନନ୍ଦଙ୍କ ଦୃଷ୍ଟିରେ ସମାଜ ସଂସ୍କାର” । ଏହି ଆଧ୍ୟାତ୍ମିକପୂର୍ଣ୍ଣ ସଭାକାର୍ଯ୍ୟରେ ମୁଖ୍ୟବକ୍ତା ଭାବେ ସୁ-ଲେଖିକା ତଥା ପ୍ରବଚିକା ଏଲୋରା ମିଶ୍ର ଯୋଗଦାନ ଦେଇଥିଲେ । ସେ ସମାଜର ଉନ୍ନତି ପାଇଁ ମଣିଷକୁ ସତ୍‌ପଥ, ସତ୍‌ଗୁଣ ଏବଂ ଚରିତ୍ରବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ବିବେକାନନ୍ଦଙ୍କ ୨୫ ଗୋଟି ସୂତ୍ର କଥା କହି ସାମାଜିକ ଶୃଙ୍ଖଳା ସକାଶେ ଏକ ତଥ୍ୟପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲେ । ଡ. ମେହେର ତାଙ୍କ ଅଭିଭାଷଣରେ ଆଧୁନିକ ସମୟରେ ମଣିଷର ଶୃଙ୍ଖଳିତ ଆଚରଣ ପାଇଁ ସମାଜରେ ଅନ୍ୟାୟ, ଦୁର୍ନୀତି, ଆତଙ୍କରାଜ, ମଦ୍ୟପାନ, ଯୁଦ୍ଧଭୟ ବଢୁଥିବା ଦୃଷ୍ଟାନ୍ତଗୁଡ଼ିକ ରଖିଥିଲେ । ଶିକ୍ଷା ସହିତ ସଂସ୍କାରକୁ ଯୋଡ଼ିଦେଇ ପାରିଲେ ମାନବ ଭିତରେ ମଣିଷ ପଣିଆଁ ସୃଷ୍ଟି ହୋଇପାରିବ, ସେହି କଥାକୁ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଟାଉନ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ କସ୍ତୁରୀ ରଥ ସ୍ୱାଗତ ସମ୍ଭାଷଣ ରଖିବା ସହିତ ମନୋରମ ଭାବେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ପବିତ୍ର ସଭାକାର୍ଯ୍ୟରେ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗର ଛାତ୍ର ଚିନ୍ତାମଣି ଦାସ ମନ୍ତ୍ରପାଠ କରିଥିବା ବେଳେ ଓଡ଼ିଆ ବିଭାଗର ଛାତ୍ରୀ ଜାଗୃତି ଗଡ଼ତ୍ୟା ବିବେକ ବାଣୀ ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ଗୁଣି, ସାଧୁସନ୍ଥ ବ୍ୟକ୍ତିତ୍ୱମାନେ ଇ-ପାଠଚକ୍ରରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ସାହାଜବାହାଲ ଡିଗ୍ରୀ କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ କବିରାଜ ଭୋଇଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହିତ ଶାନ୍ତିପାଠ କରାଯାଇଥିଲା । ସମସ୍ତଙ୍କର ସହଯୋଗରେ ସଭାକାର୍ଯ୍ୟଟି ସଫଳ ହୋଇପାରିଥିଲା ।

jay balangir
Leave A Reply

Your email address will not be published.

three × four =

error: Content is protected !!