oom

ଶାଶୁ ଘରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କିରାବାହାଲର ଜଣେ ମହିଳା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କିରାବାହାଲରେ ଜଣେ ମହିଳା ନିଜ ଶାଶୁ ଘରେ ଶାଶୁ ଶ୍ୱଶୁର ଓ ତାଙ୍କ ସ୍ୱାମୀଙ୍କ ଠାରୁ ନିର୍ଯ୍ୟାତନାର ଶିକାର ହୋଇ ଉଚିତ୍‌ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଜଣକ ହେଲେ କିରାବାହାଲ ଗ୍ରାମର ବବିତା ବାଗ । ତେବେ ବବିତାଙ୍କ କହିବାନୁସାରେ, ଗତ କିଛି ମାସ ପୂର୍ବରେ କୌଣସି ଘୋରୋଇ କାମକୁ ନେଇ ତାଙ୍କ ସ୍ୱାମୀ ଓ ତାଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ହେଲେ କଳହଟି ନିଜ ଘର ଭିତରେ ରହି ସାମାଧାନ ହୋଇଥିଲା । ତେବେ ଗତ କିଛି ଦିନ ମଧ୍ୟରେ ହୋଇଥିବା କଳହଟି ନିର୍ଯ୍ୟାତନାରେ ବଦଳି ଯାଇ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଅସହ୍ୟ ନିର୍ଯ୍ୟାତନା ଦେବା ସହ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଜୀବନରେ ମାରିବାକୁ ଧମକ୍‌ ଦେବା ସହ ଅନ୍ୟତ୍ର ବିବାହ କରିବି କହି ନିର୍ଯ୍ୟାତନା ଦେଇଥିଲେ । ଫଳରେ ଭୟରେ ବବିତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଉଚିତ ନ୍ୟାୟ ପାଇବା ପାଇଁ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.