ହନୁମାଙ୍କଡ ଯୋଗୁଁ ବାଇକ ଦୁର୍ଘଟଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ହନୁମାଙ୍କଡ ଯୋଗୁଁ ବାଇକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଗୋଟିଏ ପରିବାରର ତିନିଜଣ ଅଳ୍ପକେ ରକ୍ଷା ପାଇଛନ୍ତି । ସୂଚନା ଅନୁସାରେ ଗାଇସିଲେଟ ବ୍ଲକ୍ ଭୋଇପାଲି ଗ୍ରାମର ରବି ନାଗ ଓ ତାଙ୍କ ପରିବାର ନିଜ ଘରୁ ଦୁଇଗୋଟି ବାଇକରେ ଭୋରରୁ ବାହାରି ନୃସିଂହନାଥ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ଅପରାହ୍ନ ୨ଟାରେ ଫେରୁଥିବା ସମୟରେ ପାଇକମାଳ କେନ୍ଦୁପତ୍ର ଗୋଦାମ ସମ୍ମୁଖରେ ଏକ ହନୁମାଙ୍କଡ ବାଇକ ଆଗକୁ ଡେଇଁ ପଡିବାରୁ ଗାଡି ଚାଳକ ପବିତ୍ର ନାଗ(୧୬) ତାଙ୍କ ଭଉଣୀ ସିମା ନାଗ (୧୭) ତାଙ୍କ ମାଆ ହେମ ନାଗ (୫୩) ତିନିଜଣ ଛିଟିକି ହୋଇ ରାସ୍ତାରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ପଖକୁ ଆସୁନଥିବା ବେଳେ ସାମ୍ବାଦିକ ବଡ ଶତପଥୀ ପହଞ୍ଚି ସେମାନଙ୍କୁ ପାଇକମାଳ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ । ଫାର୍ମାସିଷ୍ଟ ଚିତ୍ତରଂଜନ ଦାସ ସେମାନଙ୍କୁ ଚିକିତ୍ସା କରିଥିଲେ । ପବିତ୍ର ନାଗଙ୍କ ଗୋଟିଏ ଗୋଡ଼ର ପାଦ ଓ ଆଣ୍ଠୁରେ ଭୀଷଣ ଆଘାତ ଲାଗିଥିବା ବେଳେ ସୀମା ନାଗଙ୍କ ହାତ ଗୋଡ ଛାତି ପିଠି ଫାଟି ଯାଇଛି ଓ ହେମ ନାଗଙ୍କ ପିଠିରେ ରକ୍ତ ବାହାରିଛି ବୋଲି ଫାର୍ମାସିଷ୍ଟ ଶ୍ରୀ ଦାସ କହିଛନ୍ତି । ସେମାନେ ବାଇକରେ ଯାଇନପାରିବାରୁ ଏକ ଗାଡି କରାଇ ବଡ଼ ଶତପଥୀ ସେମାନଙ୍କୁ ଗାଁକୁ ପଠାଇଥିଲେ ସେଠାରେ ନିଜର ପତ୍ନୀ, ପୁଅ, ଝିଅ ଦୁର୍ଘଟଣାରେ ପଡ଼ିଥିବା ବେଳେ ବଡ ଶତପଥୀ ଆସି ଦେବଦୁତ ଭଳି ସାହାଯ୍ୟ କରିଥିବାରୁ ରବି ନାଗ ତାଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.