ଚୂଡ଼ାପାଲି ନିକଟସ୍ଥ ଦାଉପାଲିରେ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଚୂଡ଼ାପାଲି ନିକଟସ୍ଥ ଦାଉପାଲି ଏସ୍‌ଏଚ୍‌-୪୨ରେ ଆଜି ଅପରାହ୍ନ ୫ଟା ସମୟରେ ଏକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଘୁଟୁପାଲିର ଶିବ ପ୍ରସାଦ ବାଗ(୨୪) ଅନ୍ୟ ଜଣକୁ ବାଇକ୍‌ରେ ବସାଇ ଆସୁଥିବା ବେଳେ ବଲାଙ୍ଗିରରୁ ପାଟଣାଗଡ଼ ଅଭିମୁଖେ ଯାଉଥିବା ଏକ ମାକ୍‌ସ ପିକ୍‌ଅପ୍‌ ଗାଡ଼ି ତାଙ୍କ ବାଇକ୍‌କୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ଶିବ ପ୍ରସାଦ ବାଗଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ପଛପଟେ ବସିଥିବା ଅନ୍ୟ ଜଣକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଆହତ ଜଣକଙ୍କୁ ଚୁଡ଼ାପାଲି ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଥିବା ସୂଚନା ମିଳିଛି । ତେବେ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କରି ଉତ୍ୟକ୍ତ ଲୋକେ ଘଟଣା ସ୍ଥଳରେ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

11 + five =