ଏକଲ ସୁର ତାଲର ୪ ସଦସ୍ୟ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ତରଫରୁ ଏକଲ ସୁର ତାଲର ୪ଜଣ ସଦସ୍ୟଙ୍କୁ ସମ୍ମାନିତ କରାଯାଇଛି । ପରିଷଦର ଅନୁପମ ଗୁପ୍ତାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅଶୋକ କକ୍କଡ ସ୍ୱାଗତ ଭାଷଣ ସହ ଉପସ୍ଥିତ ସଦସ୍ୟଙ୍କ ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ସଦସ୍ୟ ରବି ଦାସ ପରିଷଦର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ସେହିପରି ଏକଲ ସୁର ତାଲର ବରିଷ୍ଠ ସଦସ୍ୟ ତାରଲୋକ ସିଂ ଏକଲ ଅଭିଯାନ ଓ ଏକଲ ବିଦ୍ୟାଳୟ ସଂପର୍କରେ ଆଲୋଚନା କରି କହିଲେ ଯେ, ଭାରତ ବର୍ଷରେ ୮୪ହଜାର ଏକଲ ବିଦ୍ୟାଳୟ ପ୍ରତିଷ୍ଠା ହୋଇସାରିଛି । ଏକଲ ବିଦ୍ୟାଳୟର ଅର୍ଥ ଗୋଟିଏ ବିଦ୍ୟାଳୟ ଗୋଟିଏ ଶିକ୍ଷକ । ଏହି ବିଦ୍ୟାଳୟ ଗୁଡିକ ସାଧାରଣତଃ ଅପହଞ୍ଚ ଇଲାକାରେ ଥିବା ଗ୍ରାମଗୁଡିକରେ କାମ କରୁଛି । ରାଷ୍ଟ୍ର ନିର୍ମାଣ ଓ ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ କରୁଛି । ଏକଲ ଅଭିଯାନର ଏଭଳି କାର୍ଯ୍ୟକ୍ରମ ଗୁଡିକ ଅନନ୍ୟ ଓ ସ୍ୱତନ୍ତ୍ର । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଜିତେନ୍ଦ୍ର ପ୍ରସାଦ, ସୁଷମା ପ୍ରସାଦ, ବିଜେନ୍ଦ୍ର ଗୌର, ଅଞ୍ଜୁ କକ୍କଡ, ବନ୍ଦିତା ମାହାତୋ, ସ୍ନେହଲତା ପାତ୍ର, ବୈଷ୍ଣବ ଚନ୍ଦ୍ର ମହାପାତ୍ର, ସୁସ୍ମିତା ମହାପାତ୍ର, ଗୋଦାବରୀଶ ଶତପଥୀ, ଅମିତାଭ ଠାକୁର, ଅସୀମ ଗୁପ୍ତା, ରୋହିତ ମହନ୍ତ, ଉଦୟ ପ୍ରତାପ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଉପସ୍ଥିତ ସଦସ୍ୟଙ୍କ ଦ୍ୱାରା ବନ୍ଦେ ମାତରମ୍ ସଂଗୀତ ସହ ହନୁମାନ ଚାଳିଶା ପାଠ କରାଯାଇଥିଲା ।

Leave A Reply

Your email address will not be published.

1 + 3 =