ବାଇକ୍ ଷ୍ଟଣ୍ଟ୍ ବେଳେ ଦୁର୍ଘଟଣା

ଚୌଦ୍ୱର : ବାଇକ୍ ଷ୍ଟଣ୍ଟ କରୁଥିବା ବେଳେ ଦୁର୍ଘଟଣାରେ କଟିଗଲା ଯୁବକଙ୍କ ଗୋଡ । ଭୁବନେଶ୍ୱରରୁ କପିଳାସ ଯାଉଥିବା ସମୟରେ ଚୌଦ୍ୱାର କରଞ୍ଜି ଗ୍ରାମ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ୨୦ରୁ ଅଧିକ ଯୁବକ ବାଇକ୍ ନେଇ ରେସିଂ କରି ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । କପିଳାଶ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଗୋଟିଏ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର ହୋଇଥିବା ବେଳେ ତାଙ୍କ ଶରୀରରୁ ଗୋଡ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ନିଆଯାଇଛି ।

Leave A Reply

Your email address will not be published.

5 × 5 =

error: Content is protected !!