ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ, ୩ମୃତ

ସାଲେପୁର : ଟାଙ୍ଗୀ ଥାନା ଅନ୍ତର୍ଗତ ଏନ୍‌ଏଚ୍‌-୧୬ ବଇଚୁଆଁ ଛକ ନିକଟରେ ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ରୋଗୀ ନେଇ ମେଦିନାପୁରରୁ କଟକ ବଡ ମେଡିକାଲ ଯାଉଥିବା ଆମ୍ବୁଲାନ୍ସ କଣ୍ଟେନର ପଛରେ ପିଟିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରେ ୨ଜଣଙ୍କ ମୃତ୍ୟୁ ହୋଇଛି । ରୋଗୀ ନେଇ ମେଦିନାପୁରରୁ କଟକ ବଡ ମେଡିକାଲ ଯାଉଥିବା ସମୟରେ ରାସ୍ତା ଉପରେ ଠିଆ ହୋଇଥିବା କଣ୍ଟେନର ପଛରେ ଧକ୍କା ଦେଇଥିଲା । ଖବର ପାଇଁ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବିଭାଗ, ଏନ୍ଏଚଆଇ ଆମ୍ବୁଲାନ୍ସ କର୍ମଚାରୀ ପହଁଚି କଟର ସାହାଯ୍ୟରେ ଗାଡିର ଆଗ ଅଂଶ କାଟି ମୃତ ଯୁବକ ଓ ଡ୍ରାଇଭରକୁ ଆମ୍ବୁଲାନ୍ସ ଭିତରୁ ବାହାର କରିଥିଲେ । ପରେ ଶବଟିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି । ଡ୍ରାଇଭର ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.