ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ରାଇରଙ୍ଗପୁର : ବାଇକ ଦୁର୍ଘଟଣାରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଜାମାଦା ଝାଉଁରିପୋଷି ଗ୍ରାମର ଅଜୟ ମଣ୍ଡଳ ବୋଲି ଜଣାପଡ଼ିଛି ପ୍ରକାଶ ଯେ, ଗୁରୁବାର ସକାଳୁ ଅଜୟ ଜଙ୍ଗଲ ପାଖ ରାସ୍ତାରେ ଛିଡା ହୋଇଥିଲେ । ଏହି ସମୟରେ ଦୃତ ଗତିରେ ଯାଉଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ପରେ ସେ ଛିଟିକି ପଡ଼ିଥିଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଖବରପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

3 × three =