pakka

ଓଲଟିଲା ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଦିଲଖୁସ ବସ୍‌ : ୨ ଗୁରୁତର

bbehera

ନବରଙ୍ଗପୁର : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଦିଲଖୁସ ବସ୍‌ (ନମ୍ବର ଓଡି୦୨ଓଏସ୫୦୯୭) ଓଲଟି ଯାଇଥିବା ଜଣାପଡ଼ିଛି । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଦୁର୍ଘଟଣାରେ ଗାଡ଼ିର ହେଲପର ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି ।

jay balangir
Leave A Reply

Your email address will not be published.

11 + fourteen =