ସିରିଜ୍ ଦୁର୍ଘଟଣାରେ : ୧ ମୃତ, ୧୨ ଗୁରୁତର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଛକ ନିକଟ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏକ ବୋଲେରୋ ସହିତ ଇଟିଗା କାର ଓ ଅଟୋ ମଧ୍ୟରେ ରାମେଶ୍ୱର ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରେ ନିରାକାରପୁର ଓ ଜଙ୍କିଆ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହିତ ତଦନ୍ତ ଆରମ୍ଭ କରିଛି । ଆହତମାନଙ୍କୁ ଖୋର୍ଦ୍ଧା ମେଡିକାଲ ଓ ଭୁବନେଶ୍ୱର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦ୍ରୁତଗତିରେ ଗାଡି ଚଳାଇବା ଏବଂ ବେପାରୁଆ ଗାଡି ଚାଳନା ଯୋଗୁଁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Leave A Reply

Your email address will not be published.

three × 3 =