pakka

ସାମ୍ବାଦିକ ଡିଲେଶ୍ଵରଙ୍କ ଦୁର୍ଘଟଣା ଘଟଣା : କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର, ଶେଖୁ ବୁର୍ଲାରୁ ହେଲେ ଡିସ୍‌ଚାର୍ଜ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ଡିଲେଶ୍ଵର ବାଗ ଗତ ଶିବରାତ୍ରୀ ଦିନ କଣ୍ଠେଶ୍ୱରପୁର ଶିବ ମନ୍ଦିରକୁ ଖବର ସଂଗ୍ରହ କରିବାକୁ ଯାଇ ଫେରିବା ବାଟରେ ଦୁର୍ଘଟଣା କିମ୍ବା ଆକ୍ରମଣର ଶିକାର ହୋଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇରହିଛି । ପ୍ରଥମତଃ ଡିଲେଶ୍ଵର ଏବଂ ତାଙ୍କ ପଛପଟେ ବସିଥିବା ସାଙ୍ଗ ଶେଖୁ ସାଧାରଣ ଦୁର୍ଘଟଣାରେ ଆହତ ହୋଇଥିଲେ ଯେଉଁଭଳି ଭାବେ ଆହତ ହେବା କଥା ତା ଠାରୁ ଢ଼େର ଅଧିକ ଆହତ ହୋଇଛନ୍ତି । ଶେଖୁ ଉକ୍ତ ଘଟଣା ପରେ କିଛି ମନେ ପକାଇ ପାରୁନଥିବା ବେଳେ ସେ ବର୍ତ୍ତମାନ ବୁର୍ଲାରୁ ଡିସଚାର୍ଜ ହୋଇ ସମ୍ବଲପୁର ସ୍ଥିତ ତାଙ୍କ ଭଉଣୀଙ୍କ ଘରେ ଅଛନ୍ତି । ଅପରପକ୍ଷରେ ଡିଲେଶ୍ୱର ବାଗଙ୍କ ମେରୁଦଣ୍ଡ ହାଡ଼ରେ ଶକ୍ତ ଆଘାତ ଲାଗିବା ଫଳରେ ୩ଟି ହାଡ଼ ଭାଙ୍ଗିଯାଇଛି । ମୁଣ୍ଡରେ ମଧ୍ୟ ଆଘାତ ଲାଗିବା ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଅଚେତ ଅବସ୍ଥାରେ ଜୀବନ ସହ ସଂଘର୍ଷ କରୁଛନ୍ତି । ପ୍ରଥମେ ତାଙ୍କୁ ପଦ୍ମପୁର ଡାକ୍ତରଖାନା, ପରେ ବୁର୍ଲା ଡାକ୍ତରଖାନାରେ ନିଆଯାଇ ରଖାଯାଇଥିଲା । ଅବସ୍ଥା ସାଙ୍ଘାତିକ ହେବାରୁ ତାଙ୍କୁ ଆଇସିୟୁ ଆବଶ୍ୟକ ହୋଇଥିଲା ତେଣୁ ବରଗଡ଼ ସ୍ଥିତ ବିକାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଧ୍ୟ ଉପଯୁକ୍ତ ଚିକିତ୍ସା ଅଭାବରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ବର୍ତ୍ତମାନ ସେ ଆଇସିୟୁ ବେଡ଼ରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ବାଇକ ଚଳାଉଥିବା ଶେଖୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ତାଙ୍କ ମୁଣ୍ଡରେ ଅନେକ ସିଲେଇ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା କି ଏତିକି ହେଲା ପରେ ମଧ୍ୟ ଡିଲେଶ୍ୱରଙ୍କ ବାଇକରେ ଟିକିଏ ମଧ୍ୟ କୌଣସି ଆଘାତ ଲାଗିନାହିଁ ଏବଂ ଗାଡ଼ିଟି ଷ୍ଟାଣ୍ଡ ମରାଯାଇ ରଖାଯାଇଥିଲା ବୋଲି କୁହାଯାଉଛି । ଉଭୟ ବ୍ୟକ୍ତି ଗୁରୁତର ଥିବା ବେଳେ କିଭଳି ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି ତାହା ବିରାଟ ବଡ଼ ସନ୍ଦେହ ସୃଷ୍ଟି କରୁଛି । ଏହିସବୁ ଘଟଣାକୁ ଦେଖି ଅନୁମାନ କରାଯାଉଛି ଯେ, ଡିଲେଶ୍ୱର ଏବଂ ତାଙ୍କ ସାଥୀଙ୍କୁ କୌଣସି ଠେଙ୍ଗା ମାଧ୍ୟମରେ ଶକ୍ତିଶାଳୀ ପ୍ରହାର କରାଯାଇଛି । ଡିଲେଶ୍ୱର ଜଣେ ଲୋକପ୍ରିୟ ସାମ୍ବାଦିକ ହୋଇଥିବା ଯୋଗୁଁ ଅଂଚଳରେ ତାଙ୍କ ସୁସ୍ଥତା ନିମନ୍ତେ ଅନେକ ଲୋକେ ପ୍ରାର୍ଥନା କରୁଥିବା ପରିଲକ୍ଷିତ ହେଉଛି ।

jay balangir
Leave A Reply

Your email address will not be published.

sixteen − 8 =